ଓଡ଼ିଆ ନବବର୍ଷ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଆ ନବବର୍ଷ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି।
ବିଶ୍ଵର କୋଣ ଅନୁକୋଣରେ ରହୁଥିବା ମୋର ସମସ୍ତ ଓଡିଆ ବନ୍ଧୁ, ଭାଇ, ଭଉଣୀମାନଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ। ନୂତନବର୍ଷ ଭଲ ଓ ସୁଖରେ କଟୁ । ସମୃଦ୍ଧ ଓଡିଆ ସଂସ୍କୃତିକୁ ନେଇ ଆମେ ବିଶେଷଭାବେ ଗୌରବାନ୍ଵିତ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି।
ବିଶ୍ଵର କୋଣ ଅନୁକୋଣରେ ରହୁଥିବା ମୋର ସମସ୍ତ ଓଡିଆ ବନ୍ଧୁ, ଭାଇ, ଭଉଣୀମାନଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ ! ନୂତନବର୍ଷ ଭଲ ଓ ସୁଖରେ କଟୁ । ସମୃଦ୍ଧ ଓଡିଆ ସଂସ୍କୃତିକୁ ନେଇ ଆମେ ବିଶେଷଭାବେ ଗୌରବାନ୍ଵିତ ।
— Narendra Modi (@narendramodi) 14 April 2018
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଆରେ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି।
ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ନବ ବର୍ଷଟି ଆମ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।
ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ନବ ବର୍ଷଟି ଆମ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ। pic.twitter.com/zazI3nPFF5
— Naveen Patnaik (@Naveen_Odisha) 14 April 2018