ଫୁଜିଟିଭ୍ ଇକୋନୋମିକ୍ ଅଫେଣ୍ଡର୍ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ଫୁଜିଟିଭ୍ ଇକୋନୋମିକ୍ ଅଫେଣ୍ଡର୍ ଅଧ୍ୟାଦେଶକୁ ରବିବାର ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଗତକାଲି ଏହି ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଥିଲା

ଅଧ୍ୟାଦେଶ ଅନୁସାରେ ଦେଶରେ ଠକେଇ କରି ବିଦେଶକୁ ପଳାଇଥିବା ବ୍ୟକ୍ତି କିମ୍ବା ଦେଶକୁ ଫେରି ଆଇନର ସମ୍ମୁଖୀନ କରିବାକୁ ମନା କରୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରାଯିବ।

ସେହିଭଳି ଶହେ କୋଟିରୁ ଅଧିକ ଋଣ ନେଇ ଇଚ୍ଛାକୃତ ଭାବେ ଋଣ ସୁଝି ନ ଥିଲେ ଓ ବ୍ୟକ୍ତିଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି ହୋଇଥିଲେ ଏହି ନିୟମ ଲାଗୁ ହେବ।

ମାର୍ଚ୍ଚ ୧୨ ତାରିଖରେ ଫୁଜିଟିଭ୍ ଇକୋନୋମିକ୍ ଅଫେଣ୍ଡର୍ସ ବିଲ୍ ଲୋକସଭାରେ ଆଗତ ହୋଇଥିଲା। କିନ୍ତୁ ଗୃହରେ ହଙ୍ଗାମା ଯୋଗୁଁ ଏହି ବିଲ୍ ପାସ୍ ହୋଇପାରି ନ ଥିଲା।

You might also like