ପ୍ରେସିଡେଣ୍ଟଙ୍କ ପକ୍ଷରୁ ଜାରି ହୋଇନି କୌଣସି ଚିଠି : ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବଙ୍କ ସୂଚନା

ଭୁବନେଶ୍ୱର : ଜଗନ୍ନାଥ ଦର୍ଶନ ବେଳେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ପ୍ରଦର୍ଶନ ନେଇ ରାଷ୍ଟ୍ରପତି ଭବନରୁ ପୁରୀ ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇନଥିଲା। ଏ ନେଇ ଗଣାଧ୍ୟମରେ ହେଉଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ନିରାଧାର ବୋଲି ସ୍ପଷ୍ଟ କରିଛନ୍ତି ରାଷ୍ଟ୍ରପତିଙ୍କ ମିଡିଆ ସଚିବ ଅଶୋକ ମଲିକ। ଜାତୀୟ ଗଣମାଧ୍ୟମ-ଇଣ୍ଡିଆ ଟୁଡେକୁ ସୂଚନା ଦେଇ ଅଶୋକ ମଲିକ କହିଛନ୍ତି , ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ନେଇ ପ୍ରସିଡେଣ୍ଟଙ୍କ ପକ୍ଷରୁ କୌଣସି ଚିଠି ଜାରି କରାଯାଇ ନାହିଁ।

ଏ ନେଇ ପ୍ରକାଶ ପାଇଥିବା ସମସ୍ତ ଖବର ଅମୂଳକ। ଯଦି କେହି ଏପରି ଦାବି କରୁଛନ୍ତି, ତେବେ ସେମାନେ ତାର ପ୍ରମାଣ ଉପସ୍ଥାପନ କରନ୍ତୁ। ତେବେ ଅଶୋକ ମଲ୍ଲିକଙ୍କ ସୂଚନା ଅନୁସାରେ ରାଷ୍ଟ୍ରପତି ଦମ୍ପତ୍ତି ଶ୍ରୀମନ୍ଦିର ଦର୍ଶନ ବେଳେ କିଛି ଭକ୍ତ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ସେମାନଙ୍କ ନିକଟତର ହୋଇଥିଲେ । ହେଲେ ସେ ପ୍ରସଙ୍ଗ ସେହିଠାରେ ହିଁ ସମାପ୍ତ ହୋଇ ଯାଇଥିଲା।

ସେପଟେ ଏହି ବିବାଦ ସମ୍ପର୍କରେ ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇ କହିଥିଲେ ମହାପ୍ରଭୁଙ୍କ ଦର୍ଶନ ବେଳେ ନିଜେ ସେ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ, ହେଲେ ସେମିତି କୌଣସି ଘଟଣା ଘଟିଥିବା ସେ ଜାଣିନାହାନ୍ତି। ଏସବୁ ପରେ ଏଠି ପ୍ରଶ୍ନ ଉଠୁଛି, ଯଦି ରାଷ୍ଟ୍ରପତିଙ୍କୁ ଅସମ୍ମାନ ହୋଇନଥିଲା, ତାହାଲେ ସେ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବିବରଣୀରେ ସ୍ଥାନ ପାଇଲା କିପରି।

 

You might also like