ସାଧାରଣ ନିର୍ବାଚନ ବହୁ ପୂର୍ବରୁ ପ୍ରସ୍ତୁତି, ଫୋକସ୍‌ରେ ବୁଥ୍ ପରିଚାଳନା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ରାୟଗଡ଼ା ଜିଲ୍ଲାର ସରକାରୀ ଅଧିକାରୀଙ୍କୁ ନେଇ ସିଇଓଙ୍କ ଅଫିସ୍‌ରେ ହୋଇଛି ଅାଲୋଚନା। ସାଧାରଣ ନିର୍ବାଚନର ପ୍ରାୟ ୯ ମାସ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ନିର୍ବାଚନ ଅାୟୋଗ। ଫୋକସ୍‌ରେ ଅଛି ବୁଥ୍ ପରିଚାଳନା। ଅାୟୋଗଙ୍କ ଗାଇଡ୍‌ଲାଇନ୍ ଅନୁସାରେ ଗ୍ରାମାଚଂଳରେ ପ୍ରତି ୧୨ଶହ ଭୋଟର୍‌ରେ ଗୋଟିଏ ବୁଥ୍ ଗଠନ ହେବ। ଏହାଠୁ ଅଧିକ ଭୋଟର ଥିଲେ ନୂଅା ବୁଥ୍ ଗଠନ ହେବ।

ଯଦି କମ୍ ଭୋଟର୍ ଥିବେ ତେବେ ପାଖ ବୁଥ୍‌କୁ ମିଶାଇ ନୂଅା ବୁଥ୍ ଗଠନ ହେବ। ସେହିପରି ସହରାଂଚଳ ରେ ୧୪ଶହ ଲେଖାଏଁ ଭୋଟରଙ୍କୁ ନେଇ ବୁଥ୍ ଗଠନ ହେବ। ଏସବୁ ପ୍ରକ୍ରିୟା ଭିତରେ ଓଡ଼ିଶାରେ ଏଯାଏଁ ୧୨ ହଜାର ୨ଶହ ଭିଭିପ୍ୟାଟ୍ ପହଚିଂଛି। ସେପଟେ ଓଡ଼ିଶା ପାଇଁ  ୯୬ ହଜାରରୁ ଅଧିକ ଇଭିଏମ୍ ଅନ୍ୟ ରାଜ୍ୟରୁ ଅାଣିବାକୁ କେନ୍ଦ୍ର ନିର୍ବାଚନ ଅାୟୋଗ ଅନୁମତି ଦେଇଛନ୍ତି। ଇଭିଏମ୍ ଓ ଭିଭିଫ୍ୟାଟ୍ ପହଂଚିବା ପରେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଟ୍ରେନିଂ ଦିଅାଯିବ। ସେପଟେ ସବୁ ଜିଲ୍ଲାରେ ଇଭିଏମ୍ ଓ ଭିଭିପ୍ୟାଟ୍‌କୁ ସୁରକ୍ଷିତ ଭାବେ ରଖିବାକୁ ଗୋଦାମ ଘର ନିର୍ମାଣ ବାବଦକୁ ୧୨୪ କୋଟି ୩୨ ଲକ୍ଷ ଟଙ୍କା ବ୍ୟବସ୍ଥା ହୋଇଛି।

ନିର୍ବାଚନ କମିଶନଙ୍କ ଏଭଳି ଜୋରଦାର୍ ପ୍ରସ୍ତୁତିରୁ ଅାଗୁଅା ନିର୍ବାଚନ ସମ୍ଭାବନା ଚର୍ଚ୍ଚା ପୁଣି ଜୋର୍ ଧରିଛି। ଖାସ୍ ସେଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଘନଘନ ବୈଠକ କରି ରଣନୀତି ପ୍ରସ୍ତୁତ କରୁଛନ୍ତି। ସମସ୍ତଙ୍କ ଫୋକସ୍‌ରେ ରହିଛି ପ୍ରାର୍ଥୀ ଚୟନ।

You might also like