ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଆସନ୍ନ ପ୍ରସବା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବିକଶିତ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର। ରାସ୍ତା ଖରାପ ଯୋଗୁ ଗାଁକୁ ପଶି ପାରୁନି ଆମ୍ବୁଲାନ୍ସ। ସେପଟେ ପ୍ରସବ ବେଦନା ଛଟପଟ ହେଉଛନ୍ତି ଆସନ୍ନ ପ୍ରସବା। ଏଭଳି ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କାଇମାଟି ଗାଁରେ।

ସୂଚନା ଅନୁସାରେ, ଏହି ଗାଁକୁ  ଖରାପ ରାସ୍ତା ଯୋଗୁ  ଗତକାଲି ଆମ୍ବୁଲାନ୍ସ ଆସି ନପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଗ୍ରାମବାସୀ ଏକ ଖଟିଆରେ ୩ କିଲୋମିଟର ପର୍ଯ୍ୟନ୍ତ ବୋହି ବୋହି ନେଇଥିଲେ।

ସେଠାରୁ ଆମ୍ବୁଲାନ୍ସ ଯୋଗେ ମହାବିରୋଡ଼ ମେଡିକାଲକୁ ନେଇଥିଲେ। ସେଠାରେ କିଛି ସମୟ ପରେ ତାଙ୍କୁ ପରଜଙ୍ଗ ମେଡିକାଲକୁ ନିଆଯାଇଥିଲା।

You might also like