ଅନୁଷ୍କାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଭାସ

ଭୁବନେଶ୍ୱର/ ହାଇଦ୍ରାବାଦ: ବାହୁବଳୀ ଫିଲ୍ମ ରିଲିଜ ହେବା ପରଠାରୁ ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ଅାଫେୟାର ଚାଲୁଥିବା ନେଇ ଅନେକ ଚର୍ଚ୍ଚା ସାମ୍ନାକୁ ଅାସିଥିଲା I ଦୁହେଁ ବହୁତ ଜଲଦି ବିବାହ କରିବେ ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଥିଲା I ତେଣୁ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାର ଜବାବ ଦେବାକୁ ଯାଇ ପ୍ରଭାସ ମୁହଁ ଖୋଲିଛନ୍ତି Ianushka-prabhas

ସେ କହିଛନ୍ତି ଯେ,  ଅାମ ଦୁଇଜଣଙ୍କ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଏକ ଗୁଜବ I ଅାମେ ଦୁଇଜଣ ପରସ୍ପର ବହୁତ ଭଲ ସାଙ୍ଗ I ଅାମ ଦୁହିଁଙ୍କ ରିଲେସନ ଓ ବିବାହ ପ୍ରସ୍ତୁତି କିପରି ଚାଲିଛି ବୋଲି ଅନେକ ଲୋକ ପ୍ରଶ୍ନ କରିଥିଲେ I ଯେବେ ମୁଁ ରିଲେସନରେ ରହିବି, ନିଶ୍ଚିତ ଜଣାଇବି ବୋଲି କହିଛନ୍ତି I

ଏହି ଗୁଜବକୁ ନେଇ ଅନୁଷ୍ମା କହିଛନ୍ତି ଯେ, ପ୍ରଭାସ ଓ ମୁଁ ଦୁହେଁ ବିବାହ କରୁନାହୁଁ I ବାହୁବଳୀ ଫିଲ୍ମରେ ବାହୁବଳୀ ଓ ଦେବସେନାଙ୍କ ଭିତରେ ଥିବା କେମିଷ୍ଟ୍ରି ରିଲ୍ ଲାଇଫର ଥିଲା I ଏହା କିନ୍ତୁ ରିଅଲ ଲାଇଫରେ ନାହିଁ Ianushka prabhas

ଏବେ କିନ୍ତୁ ପ୍ରଭାସ ସାହୋ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି I ଏହା ଏକ ଅାକ୍ସନ ଫିଲ୍ମ I ଏଥିରେ ବଲିଉଡ ହିରୋଇନ୍ ଶ୍ରଦ୍ଧା କପୁର ତାଙ୍କ ବିପକ୍ଷରେ ହିରୋଇନ୍ ଭୂମିକାରେ ଅଭିନୟ କରୁଛନ୍ତି I ଏହି ଫିଲ୍ମ ଚଳିତ ବର୍ଷ ଶେଷରେ କିମ୍ବା ଅାସନ୍ତା ବର୍ଷ ଅାରମ୍ଭରେ ପରଦାକୁ ଅାସିବ I

You might also like