ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ

କଟକ: ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ମିଳିଲା ନିୟମିତ ଜାମିନ। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଛି। ଅନ୍ତରୀଣ ଜାମିନର ସର୍ତ୍ତ ଥିଲା ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଓ ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାର।

ଏହା ପୂର୍ବରୁ ୨ ମାସ ଲାଗି ପ୍ରଭାତ ଅନ୍ତରୀଣ ଜାମିନ ପାଇଥିଲେ।

ସୂଚନାଥାଉ କି, ସିସୋର୍‌ ଚିଟ୍‌ଫଣ୍ଡ ଲିଙ୍କ୍‌ରେ ୨୦୧୭ ମସିହା ସେପ୍ଟେମ୍ବର ୧୮ ତାରିଖରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଗତ କିଛିଦିନ ତଳେ ଚିକିତ୍ସା ପାଇଁ ଏସ୍‌ସିବି ଆସିଥିବାବେଳେ କ୍ୟାମେରା ସାମ୍ନାରେ କାନ୍ଦି ପକାଇଥିଲେ ପ୍ରଭାତ ବିଶ୍ୱାଳ। ସେ ଭାବପ୍ରବଣ ହୋଇ କାନ୍ଦି କାନ୍ଦି କହିଥିଲେ ‘ମତେ ବହୁତ ନିସ୍ତେଜ ଲାଗୁଛି, ଦେହରେ ନିଶା ପ୍ରଭାବ ରହୁଛି। ମୋତେ ମିଛ କହିଆସେନି’।

You might also like