ପ୍ରସନ୍ନ ହୋଇପାରନ୍ତି ରାଜ୍ୟସଭା ଉପାଧ୍ୟକ୍ଷ!

ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ଦୌଡ଼ରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଉପାଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚାରେ ରହିଛି ପ୍ରସନ୍ନଙ୍କ ନାଁ। ଚଳିତ ମାସରେ ବର୍ତ୍ତମାନର ଉପାଧ୍ୟକ୍ଷ ପି.ଜେ କୁରିଏନଙ୍କ କାର୍ଯ୍ୟକାଳ ସରୁଛି।

ଫଳରେ ଆସନ୍ତା ମୌସୁମୀ ଅଧିବେଶନରେ ନୂଆ ଉପାଧ୍ୟକ୍ଷ ନିର୍ବାଚନ ହେବ। ସେପଟେ ତୃଣମୂଳ କଂଗ୍ରେସ ସାଂସଦ ସୁଖେନ୍ଦୁ ଶେଖର ରାୟଙ୍କ ନାଁ ବି ଚର୍ଚ୍ଚାରେ ରହିଛି।

ଏହି ଘଟଣାକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏହା ତାଙ୍କ ଦୃଷ୍ଟିକୁ ଆସିନାହିଁ। ‘ଏସବୁ ନୀତିଗତ ନିଷ୍ପତ୍ତି ଦଳ ଏବଂ ଦଳର ସଭାପତି ନେବେ ବୋଲି ସେ କହିଛନ୍ତି। ଏଯାବତ୍‌ ଆମ ନୀତି ବିଜେପି, କଂଗ୍ରେସ ଠାରୁ ସମଦୂରତ୍ୱ ବୋଲି ସେ କହିଛନ୍ତି’।

You might also like