ନାଗପୁରରେ ଆର୍‌ଏସ୍‌ଏସ୍‌ ପ୍ରଚାରକଙ୍କ ଦୀକ୍ଷାନ୍ତ ସମାରୋହରେ ପ୍ରଣବ

ନାଗପୁର : ଦେଶପ୍ରତି ସମର୍ପଣ ହିଁ ଦେଶପ୍ରେମ। ନାଗପୁର ସ୍ଥିତ ଆରଏସ୍‌ଏସ୍ ମୁଖ୍ୟାଳୟରେ ସଂଘ ପ୍ରଚାରକଙ୍କ ଦୀକ୍ଷାନ୍ତ ସମାରୋହରେ ଉଦବୋଧନ ଦେଇ ଏହା କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ରାଷ୍ଟ୍ର, ରାଷ୍ଟ୍ରବାଦ ଓ ଦେଶପ୍ରେମ ଉପରେ ନିଜ ବକ୍ତବ୍ୟକୁ କେନ୍ଦ୍ରିତ କରି ପ୍ରଣବ କହିଛନ୍ତି,ଭାରତର ରାଷ୍ଟ୍ରବାଦ ବସୁଧୈବ କୁଟୁମ୍ବକମ୍ ଉପରେ ପର୍ଯ୍ୟବେସିତ।

ବିବିଧତା ମଧ୍ୟରେ ଏକତା ଭାରତର ସ୍ୱତନ୍ତ୍ର ପରିଚୟ। କେତେ କାହାର ଶାସନ ପରେ ବି ଭାରତର ସଂସ୍କୃତି ବଜାୟ ରହିଛି। ରାଷ୍ଟ୍ରବାଦ ଧର୍ମ, ଜାତି ଓ ଭାଷା ମଧ୍ୟରେ ସୀମିତ ନୁହେଁ।  ଆମେ ବିବିଧତାକୁ ସମ୍ମାନ କରୁ, ବିବିଧତା ଆମ ପରିଚୟ। ଘୃଣା ଓ ଭେଦଭାବ  ଆମ ପରିଚୟକୁ ନଷ୍ଟ କରିବ। ହିନ୍ଦୁ, ମୁସଲମାନ ଓ ଶିଖ୍ ମିଶିଲେ ରାଷ୍ଟ୍ର ଗଠନ ହୁଏ । ହିଂସା ଓ ଘୃଣାକୁ ଛାଡ଼ି ଆମେ ଶାନ୍ତି ମାର୍ଗରେ ଚାଲିବା ଉଚିତ୍ ବୋଲି ପ୍ରଣବ ତାଙ୍କ ଉଦବୋଧନରେ କହିଛନ୍ତି।

ପ୍ରଣବଙ୍କ ଆର୍‌ଏସ୍‌ଏସ୍‌ର ଆତିଥ୍ୟ ଗ୍ରହଣକୁ ନେଇ ଦେଶବ୍ୟାପୀ ହଟଟମଟ ଲାଗି ରହିଥିଲା ବେଳେ ପ୍ରଣବ ତାଙ୍କ ଉଦ୍‌ବୋଧନରେ କି ବାର୍ତ୍ତା ଦେଉଛନ୍ତି ତା ଉପରେ ଆଜି ସାରା ଦେଶର ନଜର ଥିଲା।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like