ଭୁବନେଶ୍ୱରରେ ଆଉ ଏକ ଏୟାରପୋର୍ଟ ପାଇଁ ଅନୁରୋଧ

ଭୁବନେଶ୍ୱର : ଭୁବନେଶ୍ୱର ଆଖ ପାଖରେ ଆଉ ଏକ ବିମାନବନ୍ଦର ପାଇଁ ସ୍ଥାନ ନିରୁପଣ ଓ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ବିମାନ ସେବା ଭିତ୍ତିଭୂମି ସଂପ୍ରସାରଣ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ତୃତୀୟ ଟର୍ମିନାଲ ଓ ଯାତ୍ରୀ ସୁବିଧାର ପୁନର୍ବିନ୍ୟାସ ଲାଗି ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ଭୁବନେଶ୍ୱର, ଝାରସୁଗୁଡ଼ା, ରାଞ୍ଚି, ରାୟପୁର, କୋଲକାତା ଓ ବିଶାଖାପାଟଣା ମଧ୍ୟରେ ବିମାନ ଯୋଗାଯୋଗ ସୁବିଧା ଲାଗି ମନ୍ତ୍ରୀ ନିବେଦନ କରିଛନ୍ତି।

ସେହିଭଳି ଅନୁଗୁଳ ଠାରେ ଥିବା ବେସରକାରୀ ଏୟାରଷ୍ଟ୍ରିପକୁ ଉଡାନ ଟୁରେ ସାମିଲ କରି ଯାତ୍ରୀ ପରିବହନ ପାଇ ସୀମିତ ବ୍ୟବହାର କରିବାକୁ ଧର୍ମେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଅନୁରୋଧ କରିଛନ୍ତି।

You might also like