ସୁସ୍ଥ ହେଉଛନ୍ତି ପ୍ରଭାତ ବିଶ୍ୱାଳ

କଟକ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ। ଦୀର୍ଘ ୨୩ ଦିନ ପରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍‌ ସ୍ପାଇନାଲ୍‌ ଇଂଜୁରିଜ୍‌ ସେଣ୍ଟରରୁ ସେ ଆଜି ଡିସ୍‌ଚାର୍ଜ ହୋଇଛନ୍ତି।

‘ଦେହ ଭଲ ଲାଗୁଛି, କିଛି ଦିନ ପରେ ଓଡ଼ିଶା ଫେରିବି’ ବୋଲି ଡିସ୍‌ଚାର୍ଜ ହେବାପରେ ସେ କହିଛନ୍ତି।

ସୂଚନାଥାଉ କି, ଗତ କିଛିଦିନ ତଳେ କଟକ ଏସ୍‌ସିବିରୁ ରେଫର୍‌ ହୋଇ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ ପ୍ରଭାତ।

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜୁନ୍‌ ୨୬ ତାରିଖରେ ହାଇକୋର୍ଟରୁ ନିୟମିତ ଜାମିନ ମିଳିଥିଲା। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଜାମିନ ମଞ୍ଜୁର କରାଯାଇଥିଲା।

You might also like