ପୋଷ୍ଟମର୍ଟମ ପାଇଁ କାନ୍ଧରେ ବୋହି ନେଲେ ପୁଅର ଶବ

ଢେଙ୍କାନାଳ: ଅର୍ଥାଭାବରୁ ପୁଅର ଶବକୁ ପରିବାର ଲୋକ ପୋଷ୍ଟମର୍ଟମ ପାଇଁ କାନ୍ଧରେ ‍ବୋହିଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ପଞ୍ଚାୟତର ଏକତାଳି ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁଯାଇ ଗତକାଲି ରାତିରେ ଏକତାଳି ଗାଁର ଜଗା ମୁଣ୍ଡାଙ୍କ ୯ ବର୍ଷର ପୁଅ ସୁମନ୍ତ ମୁଣ୍ଡା କ୍ରସର କ୍ୟାମ୍ପରେ ଥିବା ଘରେ ଶୋଇଥିଲା। ଏହି ସମୟରେ ଏକ ବିଷାକ୍ତ ସାପ ସୁମନ୍ତଙ୍କୁ କାମୁଡ଼ି ଦେଇଥିଲା। ତତ୍‌କ୍ଷଣାତ ପରିବାର ଲୋକ ତାଙ୍କୁ କାମାକ୍ଷାନଗର ମେଡ଼ିକାଲକୁ ନେଇଥିଲେ। ଚିକିତ୍ସାଧିନ ଅବସ୍ଥାରେ

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଘରଲୋକ ଏକ ଅଟୋ ଭଡ଼ା କରି ମୃତଦେହକୁ ଘରକୁ ଆଣିଥିଲେ।

ତେବେ ଆଜି ସକାଳେ ଆଶା ଦିଦି ଏବଂ ସ୍ଥାନୀୟ ସରପଞ୍ଚ ପୋଷ୍ଟମର୍ଟମ ହେଲେ ସହାୟତା ମିଳିବ ବୋଲି କହିବା ପରେ ପାଖରେ ଟଙ୍କା ନ ଥିବାରୁ ପରିବାର ଲୋକେ ପୁଅର ଶବକୁ କାନ୍ଧରେ ବୋହି ବୋହି ଗାଁରୁ ପ୍ରାୟ ୫କିମି ଦୂରରେ ଥିବା କାମାକ୍ଷାନଗର ମେଡ଼ିକାଲକୁ ନେଇଥିଲେ।

ଅନ୍ୟପଟେ ବ୍ୟବଚ୍ଛେଦ ପାଇଁ ଡାକ୍ତର ରାତିରେ କହିଥିଲେ ମଧ୍ୟ ପରିବାର ଲୋକ ନ ଶୁଣି ଶବକୁ ଘରକୁ ନେଇଯାଇଥିବା ଡାକ୍ତର କହିଛନ୍ତି।

 

You might also like