ହୋଇପାରେ ଝଡ଼ବର୍ଷା, ୫ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସନ୍ଧ୍ୟା ୬ଟା ଭିତରେ କାଳବୈଶାଖୀ ହେବାର ଆଶଙ୍କା କରାଯାଉଛି। ଝଡ଼ବର୍ଷା ସହ କୁଆପଥର ମାଡ଼ ହେବାର ସମ୍ଭାବନା ମଧ୍ୟ ଅଛି।

ଏଥିପାଇଁ ୫ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବଲାଙ୍ଗିର। ଏହି ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

You might also like