କଟକରେ ଦବି ଗଲା ରାସ୍ତା

କଟକ: କଟକ ସିଡିଏ ସେକ୍ଟର -୯ ନିକଟରେ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି। ଟନ୍‌ପେ ନିକଟରେ ରାସ୍ତାର କିଛି ଅଂଶ ଦବି ଯାଇ ଏକ ବିରାଟ ଗାତ ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ରାସ୍ତାରେ ଯାତାୟାତ ବନ୍ଦ କରିଦେଇଛନ୍ତି।

ସୂଚନାଥାଉ କି, ଗତକାଲି ଭୁବନେଶ୍ୱର  ନିକୋପାର୍କ ଛକରୁ କଳିଙ୍ଗ ଷ୍ଟାଡିୟମ ମଝିରେ ରାସ୍ତା ଦବି ଯାଇଥିଲା। ପ୍ରାୟ  ୫ ଫୁଟ ଗଭୀର ଗାତ ସୃଷ୍ଟି ହୋଇଥିଲା।  ନିମ୍ନମାନର କାମ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।

You might also like