ରତ୍ନଭଣ୍ଡାର ଚାବି ନେଇ ଜୋରଧରିଲା ଦୋଷଠେଲା ରାଜନୀତି

ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବାକୁ ନେଇ ବିଜେପିର ହଲ୍ଲାବୋଲ। ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରି ଗର୍ଜିଛନ୍ତି ବିଜେପି କର୍ମୀ ଓ ନେତା। ପୁରୀ ଭଦ୍ରକ ବାଲେଶ୍ୱର ସବୁଠି ବିକ୍ଷୋଭ ଓ ପ୍ରତିବାଦ ସଭା। କେନ୍ଦ୍ରାପଡା  ସହରର ପ୍ରବେଶ ପଥ ୫ ନମ୍ବର ଜାତୀୟ ରାଜପଥର ଦୁହୁରିଆରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ କର୍ମୀ। ଦଳର ଅଭିଯୋଗ ରତ୍ନଭଣ୍ଡାର ଯାଞ୍ଚବେଳେ ଏପ୍ରିଲ ୪ରେ ସରକାର ଚାବି ହଜିବା ଘଟଣା ଜାଣିଥିଲେ ବି  ପ୍ରକାଶ ନ କରି ଚୁପ ରହିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ଓ  ଚାବି କେଉଁଠି ଅଛି ଲୋକଙ୍କ ଜଣାନ୍ତୁ ବୋଲି ଦଳ ଦାବି କରିଛି। ଏହି ପ୍ରସଙ୍ଗକୁ ନେଇ ଆସନ୍ତା କାଲି ଦଳ ସବୁ ଥାନାରେ ଏଫଆଇଆର୍ ଦେବା ପରେ ତା ପର ଦିନ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ଦୀପ ଦାନ କରିବ।

ଏପଟେ ଦାନ ଅଳଙ୍କାରକୁ ରତ୍ନ ଭଣ୍ଡାରରେ ନ ରଖି କେଉଁ ଆଇନ ବଳରେ ଷ୍ଟେଟ ବ୍ୟାଙ୍କର ଲକରରେ ରଖାଗଲା ବୋଲି ପ୍ରଶ୍ନ କରିଛନ୍ତି ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଚାବି ହଜିବାକୁ ନେଇ ରାଜନୈତିକ ଉଷ୍ଣତା ଭିତରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଗରିଧର ଗମାଙ୍ଗୋ କହିଛନ୍ତି , ତାଙ୍କ ସମୟରେ ଭଣ୍ଡାର ତଦାରଖ ହୋଇନି କି ଚାବି ହଜିନି। ପରୋକ୍ଷରେ ସେ ଚାବି ହଜିବା ପାଇଁ ୧୯୯୯ ପରେ ଥିବା ନବୀନ ସରକାରଙ୍କ ଆଡକୁ ଆଙ୍ଗୁଠି ଉଠାଇଛନ୍ତି। କଂଗ୍ରସ ମଧ୍ୟ ଦାବି କରିଛି ହଜିଥିବା ଚାବି ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ।  ଆଉ ବିଜ଼େଡି କହିଛି ୧୯୮୫ ମସିହାର ପ୍ରଶାସନିକ ଅବହେଳା ପାଇଁ ନବୀନଙ୍କୁ କାହିଁକି ଟଣା ଯାଉଛି।

ଗୋଟିଏ ପଟେ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସେପଟେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପରିଚାଳନା ଗତ ତ୍ରୁଟି ଓ ଚାବି ହଜିବା ଘଟଣାକୁ ନେଇ  ମୁଖ୍ୟମନ୍ତ୍ରୀଙ୍କୁ  ପାଖକୁ ଅନଲାଇନରେ ଅଭିଯୋଗ ପତ୍ର ପଠାଇ ଦସ୍ତଖତ ଅଭିଯାନ ବି ଆରମ୍ଭ କରିଛନ୍ତି କିଛି ସଂଗଠନ।

ଆହୁରି ପଢ଼ନ୍ତୁ

You might also like