ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଜାମିନ ଖାରଜ ପାଇଁ ଅବେଦନ କରିବ ପୋଲିସ
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟର ଜାମିନ ଖାରଜ ପାଇଁ ଆବେଦନ କରିବ କମିଶନରେଟ୍ ପୋଲିସ। ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ୱାଇ. ବି. ଖୁରାନିଆ। ଏନେଇ ଆଇନ ବିଶାରଦଙ୍କ ପରାମର୍ଶ ଲୋଡ଼ାଯିବ। ହାଇକୋର୍ଟରୁ ସବୁ ତଥ୍ୟ ମିଳିବା ପରେ ଆବେଦନ ହେବ ବୋଲି କମିଶନର କହିଛନ୍ତି।
ଗତକାଲି ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜା ଆଚାର୍ଯ୍ୟଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ପୂର୍ବରୁ ସମସ୍ତ ମାମଲାରେ ରାଜା ଆଚାର୍ଯ୍ୟଙ୍କୁ ଜାମିନ ମିଳିସାରିଥିବା ଫଳରେ ସେ ଜେଲରୁ ମୁକୁଳିବା ଏକପ୍ରକାର ସ୍ପଷ୍ଟ ହୋଇଥିବା ରାଜାଙ୍କ ଓକିଲ କହିଥିଲେ।