ନକଲି ତେଲ ଜବତ

କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଲା ଆଉ ଏକ ନକଲି ତେଲ କାରଖାନା। କଟକ ଜଗତପୁର ଟ୍ରକ୍ ଟର୍ମିନାଲ୍ ନିକଟରେ ଥିବା ଏକ ନକଲି ତେଲ କାରଖାନାକୁ ପୋଲିସ ଆଜି ଠାବ କରିଛି।

୧୦୦ ଟିଣ ନକଲି ସୋରିଷ ଓ ରିଫାଇନ୍ ତେଲ ଜବତ ହେବାସହ ପୋଲିସ କାରଖାନା ମାଲିକ ଅନାଦି ଚରଣ ବେହେରାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏବେ ବି ଚଢ଼ାଉ ଜାରି ରହିଛି।

ସୂଚନାଥାଉ କି, ଏହା ପୂର୍ବରୁ ଖାନନଗରରେ ବିଭିନ୍ନ ବ୍ରାଣ୍ଡ୍‌ର ଲେବୁଲ ଥିବା ନକଲି ତେଲ ଜବତ କରାଯାଇଥିଲା।

You might also like