ବାର୍ରେ ଡ୍ୟାନ୍ସ ଚାଲୁଥିବା ବେଳେ ପୁଲିସ୍ର ଚଢ଼ଉ
ଭୁବନେଶ୍ୱର: ରାଜଧାନୀରେ ଏକ ଡ୍ୟାନ୍ସ ବାର୍ ଉପରେ କମିଶନରେଟ୍ ପୁଲିସ୍ର ଚଢ଼ଉ। ଗତକାଲି ରାତିରେ ଖାରବେଳ ନଗରରେ ଥିବା ଏକ ବାର୍ରେ ପୁଲିସ୍ ଚଢ଼ଉ କରି ବାର୍ରେ ଡ୍ୟାନ୍ସ କରୁଥିବା ୧୦ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଏହି ଯୁବତୀମାନେ ସେଠାରେ ଡ୍ୟାନ୍ସ କରୁଥିଲେ। ସେମାନଙ୍କୁ ଉଦ୍ଧାର କରି ସର୍ଟ-ଷ୍ଟେ ହୋମ୍କୁ ପଠାଇ ଦିଆଯାଇଛି।
ଏଥିସହ ବାର୍ର ୨ଜଣ କର୍ମଚାରୀଙ୍କୁ ପୁଲିସ୍ ଅଟକ ରଖିବା ସହ ବାର୍କୁ ସିଲ୍ ମଧ୍ୟ କରି ଦିଆଯାଇଛି। ଡ୍ୟାନ୍ସ ବାର୍ରେ ନୃତ୍ୟଗୀତ ପାଇଁ ଲାଇସେନ୍ସ ନ ଥିବା ଓ ମ୍ୟୁଜିକାଲ ଇଭେଣ୍ଟ ଅନୁମତି ନ ଥିବା ସତ୍ତ୍ୱେ ବି ଏସବୁ ଖୁଲମଖୁଲା ଚାଲିଥିଲା।