ମାରାତ୍ମକ ଧନ୍ଦା; ସ୍ତ୍ରୀକୁ ଅନ୍ୟ ଲୋକଙ୍କୁ ଦେଇ ଟ୍ରାପ୍‌ କରୁଥିଲା ଏମିତି

ଭୁବନେଶ୍ୱର: ‘୧୦ ଲକ୍ଷ ଦିଏ, ନ ହେଲେ ଭାଇରାଲ କରିଦେବି’ । ରାଜଧାନୀରେ ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଏମିତି ଚାଲିଥିଲା ବ୍ଲାକ୍‌ମେଲିଂ। ତାହା ପୁଣି ଦ୍ୱିତୀୟ ପତ୍ନୀଙ୍କୁ ବ୍ୟବହାର କରି। ଏଭଳି ମାରାତ୍ମକ ଧନ୍ଦା କରୁଥିବା ଲୋକକୁ ଧରିଛି ପୁଲିସ।

ଲୋକଙ୍କୁ ହନିଟ୍ରାପ୍‌ରେ ପକାଇ ରେକର୍ଡ ହେଉଥିଲା ଅନ୍ତରଙ୍ଗ କ୍ଷଣର ଭିଡିଓ। ଏହାପରେ ଦାବି କରାଯାଉଥିଲା ଟଙ୍କା। ଏମିତି ଚାଲିଥିଲା ବ୍ଲାକ୍‌ମେଲିଂ ବେପାର। ଗିରଫ ବ୍ୟକ୍ତି ହେଲେ ରାଜଧାନୀର ଅନନ୍ତ ମହାରଣା। ଜଣେ ବ୍ୟବସୀୟୀଙ୍କ ସହ ଦ୍ୱିତୀୟ ପତ୍ନୀଙ୍କ ଅନ୍ତରଙ୍ଗ କ୍ଷଣର ଭିଡିଓ ତିଆରି କରି ଭାଇରାଲ କରିବାକୁ ସଂପୃକ୍ତ ବ୍ୟବସାୟୀ ଦେଉଥିଲା ଧମକ। ଶେଷରେ ଭାଇରାଲ ଭିଡିଓ ବ୍ଲାକ୍‌ମେଲିଂ ବେପାର ମହଙ୍ଗା ପଡ଼ିଛି।

ଖଣ୍ଡଗିରି ସ୍ଥିତ ଏକ ଭଡ଼ା ଘରେ ତିଆରି ହୋଇଥିଲା ଏହି ଭାଇରାଲ ଭିଡିଓ। କାନ୍ଥରେ ଲାଗିଥିବା ସିକ୍ରେଟ୍‌ କ୍ୟାମେରାରେ ଯୋଜନାବଦ୍ଧ ଭାବେ କଏଦ କରାଯାଇଥିଲା ବ୍ୟବସାୟୀ ଓ ଦ୍ୱିତୀୟ ପତ୍ନୀଙ୍କ ଅଶ୍ଲୀଳ ଭିଡିଓ। ଏହାପରେ ସଂପୃକ୍ତ ବ୍ୟବସୀୟୀଙ୍କୁ ଅନନ୍ତ ମାଗିଥିଲେ ୧୦ଲକ୍ଷ ଟଙ୍କା। ନହେଲେ ଭିଡିଓ ଭାଇରାଲ କରିବାକୁ ଦେଇଥିଲେ ଧମକ। ୫ଲକ୍ଷ ଟଙ୍କାରେ ଡିଲ୍‌ ଫାଇନାଲ ହୋଇଥିଲା। ଏହାପରେ ବ୍ୟବସାୟୀ ଅଢ଼େଇ ଲକ୍ଷ ଟଙ୍କା ଦେଇଥିଲେ। ତେବେ ବଳକା ଟଙ୍କା ଅନନ୍ତ ନପାଇବାରୁ ଭିଡିଓକୁ ଭାଇରାଲ କରିଦେଇଥିଲେ। ପୋଲିସ ଅନନ୍ତଙ୍କୁ ଗିରଫ କରିବା ପରେ ଏବେ ଭିଡିଓରେ ଥିବା ଦ୍ୱିତୀୟ ପତ୍ନୀଙ୍କୁ ଖୋଜୁଛି।

ଭାଇରାଲ ଭିଡିଓ ମାମଲାରେ ପୋଲିସକୁ ଅନନ୍ତଙ୍କ ପାଖରୁ ଏକ ଗୁପ୍ତ ଡାଏରୀ ମିଳିଛି। ଏଥିରେ ଏକାଧିକ ନାମୀଦାମୀ ଯୁବତୀଙ୍କ ନାଁ ଓ ଫୋନ୍‌ ନମ୍ବର ଓ ରେଟ୍‌ ଚାର୍ଟ୍‌ ଲେଖା ରହିଛି। ଏହାପଛରେ ଏକ ହାଇପ୍ରୋଫାଇଲ ସେକ୍ସ ରାକେଟ୍‌ କାମ କରୁଥିବା ପୋଲିସ ସଂଦେହ କରୁଛି।

You might also like