ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ଘଟଣା : ଅଟକ ସନ୍ଦିଗ୍ଧଙ୍କ ପଲିଗ୍ରାଫ୍ ଟେଷ୍ଟ କରିପାରେ ପୋଲିସ୍
ପାଟଣାଗଡ଼ : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ଘଟଣା। ଏହି ଘଟଣାରେ ଅଟକ ଥିବା ଜଣେ ସନ୍ଦିଗ୍ଧଙ୍କ ପଲିଗ୍ରାଫ ଟେଷ୍ଟ କରିପାରେ ପୋଲିସ। ବୌଦ୍ଧ ଜିଲ୍ଲାରୁ ଆଣି ଅଟକ ରଖିଥିବା ସନ୍ଦିଗ୍ଧଙ୍କ ଟେଷ୍ଟ କରିପାରେ ପୋଲିସ। ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ସଂପୃକ୍ତ ସନ୍ଦିଗ୍ଧର ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଛି।
ବଲାଙ୍ଗିର ମେଡିକାଲରେ ସଂପୃକ୍ତ ଯୁବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡିଛି। ଗତ ୧୮ ତାରିଖରେ ସୌମ୍ୟଶେଖରଙ୍କ ସହ ରୀମାଙ୍କ ବିବାହ ହୋଇଥିଲା। ତେବେ ୨୩ ତାରିଖ ଦିନ ଗିଫ୍ଟ ବାକ୍ସ ଖୋଲୁ ଖୋଲୁ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ରୀମା ଗୁରୁତର ଆହତ ହୋଇଛନ୍ତି। ତେବେ ବିବାହ ଠିକ୍ ହୋଇଥିବା ଯୁବତୀ ରୀମାଙ୍କୁ ବାହା ହେଲେ ଫଳାଫଳ ଭୟାନକ ହେବ ବୋଲି ଫୋନରେ କେହି ଅଜଣା ବ୍ୟକ୍ତି ସୌମ୍ୟ ଶେଖରକୁ ଧମକ ଦେଇଥିଲେ। ପୋଲିସର ଖୋଳତାଡ଼ ବେଳେ ତାଙ୍କ ସଂପର୍କୀୟ ଭଣଜା ପପୁ ଏହି ସୂଚନା ଦେଇଥିଲେ।
ଗତକାଲି ରାତିରେ ପୋଲିସ ପପୁଙ୍କୁ ଘଟଣା ସଂପର୍କରେ ପଚରା ଉଚରା କରିଥିଲା ସେପଟେ ପାର୍ସଲ ବୋମା ବିସ୍ଫୋରଣ ପରେ କ୍ରାଇମବ୍ରାଞ୍ଚ ଆଡଭାଇଜରି ଜାରି କରିଛି। ଯାଞ୍ଚ ପାଇଁ ମେଟାଲ ଡିଟେର, ସ୍କାନିଂ ମେସିନ ରଖିବାକୁ ପାର୍ସଲ ବଣ୍ଟନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି।