ଛତିଶଗଡ଼ ଦନ୍ତେଓ୍ୱାଡ଼ାରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ଛତିଶଗଡ଼: ଦନ୍ତେଓ୍ୱାଡ଼ାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ତିମେନାର ଜଙ୍ଗଲରେ ପୋଲିସ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ୩ ମହିଳା ଓ ୪ ପୁରୁଷ ମାଓବାଦୀ ଅଛନ୍ତି। ଏଥିସହ ଘଟଣାସ୍ଥଳରୁ ୨ଟା ଇନସାସ୍, ୨ଟା ଥ୍ରୀ ନଟ୍ ଥ୍ରୀ ଓ ଗୋଟିଏ ଦେଶୀ ବନ୍ଧୁକ ସହ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏବେ ବି ପୋଲିସ-ମାଓବାଦୀ ଗୁଳି ବିନିମୟ ଜାରି ରହିଥିବା ସୂଚନା ଦେଇଛନ୍ତି ଦନ୍ତେଓ୍ୱାଡ଼ା ଏସ୍‌ପି କମଳ ଲୋଚନ କଶ୍ୟପ।

 

You might also like