ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ଘଟଣା: ୩ ପୁଲିସ୍‌ କର୍ମଚାରୀ ସସ୍‌ପେଣ୍ଡ୍‌

ଭୁବନେଶ୍ୱର: କଟକରେ ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତିନି ଜଣ ପୁଲିସ୍‌ କର୍ମଚାରୀଙ୍କୁ କଟକ ଡିସିପି ଅଖିଳେଶ୍ୱର ସିଂ ସସ୍‌ପେଣ୍ଡ୍‌ କରିଛନ୍ତି।

ସସ୍‌ପେଣ୍ଡ୍ ହୋଇଥିବା ତିନି ପୁଲିସ୍ କର୍ମଚାରୀ ହେଲେ-  ହାବିଲ୍‌ଦାର ପି.କେ ବେହେରା,  କନଷ୍ଟେବଲ ଡିକେ ସାମଲ ଓ ୟୁକେ ଭୂୟାଁ।

ଏହାସହ ଜଣେ ହୋମଗାର୍ଡ କିଶୋର ଜେନାଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ମାସକ ମଧ୍ୟରେ ନୋଟିସ୍‌ର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଥାଉ କି, କଟକ ନୂଆବଜାର ଅଞ୍ଚଳରେ ଗତ ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଆର୍‌ ଭ୍ୟାନ୍‌ରେ ଥିବା କର୍ମଚାରୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ହେବା ସହ ଆଇନଜୀବୀମାନେ ଚାଉଳିଆଗଞ୍ଜ ଥାନା ମଧ୍ୟ ଘେରାଉ କରିଥିଲେ।

You might also like