ପାଟଣାଗଡ଼ରେ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା : ରାୟପୁର ସମେତ ବିଭିନ୍ନ ସ୍ଥାନରେ ପୋଲିସର ଛାନ୍‌ଭିନ୍‌ ଜାରି

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାର ଜୋରଦାର ତନାଘନା ଜାରି ରଖିଛି ପୋଲିସ। ବଲାଙ୍ଗିର ଜିଲ୍ଲା ପୋଲିସର ଦୁଇଟି ଟିମ୍ ରାୟପୁର ସମେତ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଜାରି ରଖିଛନ୍ତି। ତେବେ ଏହି ବିସ୍ଫୋରଣର ଏକମାତ୍ର ସାକ୍ଷୀ ତଥା ମୃତ ସୌମ୍ୟଶେଖରଙ୍କ ନବବିବାହିତା ପତ୍ନୀ ରୀନାଙ୍କ ବୟାନ୍ ରେକର୍ଡ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି। ବର୍ତ୍ତମାନ ସେ ଏସସିବିରେ ଚିକିତ୍ସାଧିନ ଥିବାବେଳେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଡିଜିପି ଆର୍.ପି.ଶର୍ମା। ତା’ସହ ରାୟପୁରର ସ୍କାଏକିଙ୍ଗ୍ କୋରିୟର୍ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା ଜାରି ରହିଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଆର୍.ପି.ଶର୍ମା।

ସେପଟେ ଏସ୍‌ସିବି ମେଡ଼ିକାଲ ଅଧିକ୍ଷକ କହିଛନ୍ତି, ବର୍ତ୍ତମାନ ରୀନାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ତାଙ୍କୁ ମାଗଣାରେ ଚିକିତ୍ସାସେବା ଯୋଗାଇ ଦିଆଯାଉଛି।

You might also like