ସୋନାଲିକାଙ୍କ ସଂଗୀନ ଅଭିଯୋଗ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ଘର ନିକଟରୁ ତାଙ୍କୁ ପୋଲିସ ଉଠାଇ ନେବା ଘଟଣାରେ ସଂଗୀନ ଅଭିଯୋଗ ଆଣିଛନ୍ତି  ସୋନାଲିକା ମହାନ୍ତି। ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରି ଆସୁଥିବା ଏହି ମହିଳା ଆଜି ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି ନିଜ ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ବାରମ୍ବାର ଚେଷ୍ଟା କରି ହତାଶ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍‌ଙ୍କ ସହାୟତା ଚାହିଁଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରାଇ ଦେବାକୁ ପାଣ୍ଡିଆଙ୍କ ଘରକୁ ଯାଉଥିବାବେଳେ ତାଙ୍କୁ ରାସ୍ତାରୁ ଉଠାଇ ନେଇ ବିଭିନ୍ନ ଥାନା ବୁଲାଇଥିଲା ପୋଲିସ। ଏହି ସମୟରେ ପୋଲିସ ତାଙ୍କୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କହିବାକୁ ବାଧ୍ୟ କରିବା ସହ ବୈଜୟନ୍ତ ତାଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଉଥିବା ନେଇ ଏକ କାଗଜରେ ଲେଖିବାକୁ ବାଧ୍ୟ କରିଥିଲା ବୋଲି କହିଛନ୍ତି ସୋନାଲିକା। ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।

ଦେଖନ୍ତୁ ଏହି ଭିଡ଼ିଓ –

ଆହୁରି ପଢ଼ନ୍ତୁ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ମୋଦି-ନବୀନ ଆଲୋଚନା: ୩ଟି ଦାବି ରଖିଲେ ମୁଖ୍ୟମନ୍ତ୍ରୀ

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ

ଆନ୍ଦୋଳନ ରାଜ୍ୟ ସରକାରଙ୍କ ପ୍ରାୟୋଜିତ :  ଭୃଗୁ ବକ୍ସିପାତ୍ର

ବିଧାନସଭାରେ ଉଠିଲା ଇମ୍ଫା ପ୍ରସଙ୍ଗ

ଇମ୍ଫା ଆନ୍ଦୋଳନ ପଛରେ ଷଡ଼ଯନ୍ତ୍ର

ବିଜେଡିରେ ଚାଲିଛି କି ବବି-ପାଣ୍ଡିଆନ୍ ରାଜ୍?

ଗୁମର ଖୋଲିବେ କି ବୈଜୟନ୍ତ?

ନବୀନଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ାରେ ପୁଣି ତେଜିଲା ବୈଜୟନ୍ତ ବିରୋଧୀ ପଲିଟିକ୍ସ

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ପାଇଁ କୋର୍ଟରେ ଆବେଦନ

You might also like