ଏସିଡ୍ ଆକ୍ରମଣ ନୁହେଁ, ନିଆଁରେ ପୋଡ଼ି ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଶୋଭାରାମପୁରରେ ଯୁବତୀଙ୍କୁ ଏସିଡ୍ ମାଡ଼ ଘଟଣାରେ ଟୁଇଷ୍ଟ। ଏସିଡ୍ ଆକ୍ରମଣ ନୁହେଁ ବରଂ ସଂପୃକ୍ତ ଯୁବତୀ ଜଣକ ନିଆଁରେ ପୋଡ଼ି ହୋଇଛନ୍ତି। ଘଟଣାର ତଦନ୍ତ କରୁଥିବା ସହଦେବଖୁଣ୍ଟା ପୋଲିସ ଏହି ତଥ୍ୟ ଦେଇଛି।

ବିଭିନ୍ନ ତଥ୍ୟ ପ୍ରମାଣ ଏବଂ ଡାକ୍ତରଙ୍କ ବୟାନକୁ ଭିତ୍ତିକରି ଏହି ସୂଚନା ଦେଇଛି ସହଦେବଖୁଣ୍ଟା ପୋଲିସ। ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, ସଂପୃକ୍ତ ଯୁବତୀ ଜଣକ ସହଦେବଖୁଣ୍ଟାରେ ଥିବା ଏକ ଘରୋଇ ବୀମା କମ୍ପାନୀକୁ ଯାଇଥିଲେ। ସେଠାରେ ସେ କୌଣସି କାରଣରୁ ନିଆଁ ଲଗାଇଦେଇଥିଲେ ଏବଂ ସେହି ନିଆଁରେ ନିଜେ ପୋଡ଼ି ଯାଇଥିବା ଆଶଙ୍କା କରୁଛି ପୋଲିସ।

ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ? କାହିଁକି ସଂପୃକ୍ତ ଯୁବତୀଙ୍କ ସମ୍ପର୍କୀୟ ଥାନାରେ ଏସିଡ୍ ଆକ୍ରମଣର ଅଭିଯୋଗ ଆଣିଲେ ? ସେନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନଥିବାବେଳେ ପୋଲିସ ଘଟଣାର ଖୋଳତାଡ଼ ଜାରି ରଖିଛି।

You might also like