ଧରାପଡିଲା ପୋଲିସ ବାବୁଙ୍କ ଘୃଣ୍ୟ କାର୍ଯ୍ୟକଳାପ : ନାବାଳିକାକୁ ଅସଦାଚରଣ ଅଭିଯୋଗରେ ବାଦାମବାଡ଼ି ଥାନା ଏଏସଆଇ ଗିରଫ

କଟକ :୧୧ ବର୍ଷର ନାବାଳିକାକୁ ଅସଦାଚରଣ ଅଭିଯୋଗ । କୃଷ୍ଣଚନ୍ଦ୍ର ଜେନା ନାମକ ଜଣେ ପୋଲିସ ବାବୁ ଗିରଫ ହୋଇଛନ୍ତି। ସେ ବାଦାମବାଡ଼ି ଥାନାରେ ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ।

ସାଲେପୁର ଚନ୍ଦ୍ରାଦେଇପୁରରେ କୃଷ୍ଣଚନ୍ଦ୍ରଙ୍କ ଘରେ ନାବାଳିକା ଜଣକ ଦୀର୍ଘ ଦିନ ହେବ ଭଡ଼ାରେ ରହି ଆସୁଥିଲେ। ତେବେ ଘରେ କେହି ନ ଥିବାବେଳେ କୃଷ୍ଣଚନ୍ଦ୍ର ନାବାଳିକାଙ୍କୁ ଅସଦାଚରଣ କରିଥିବା ତାଙ୍କ ମାଆ ସାଲେପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ସଂପୃକ୍ତ ପୋଲିସ ବାବୁଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି।

You might also like