କାହିଁକି ଏୟାରପୋର୍ଟ ଉଡ଼େଇ ଦେବାକୁ କହିଲେ ଯୁବକ, ପଢ଼ନ୍ତୁ ପୂରା ଘଟଣା

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଧମକପୂର୍ଣ୍ଣ ଟେଲିଫୋନ୍‌ କଲ୍‌ କରିଥିବା ଅଭିଯୁକ୍ତ ଜଣକ ଶେଷରେ ପୋଲିସ୍‌ ହାତରେ ଧରାପଡ଼ିଛି। ଆଉ ସନ୍ଦିଗ୍ଧ ଫୋନ୍‌ କଲ୍‌ର ଗୁମର ଫିଟିଛି।

ଜାଣନ୍ତୁ ପୂରା ଘଟଣା କ’ଣ…

ଗତକାଲି ଏୟାରପୋର୍ଟକୁ ଧମକପୂର୍ଣ୍ଣ ଟେଲିଫୋନ୍ କଲ୍ ମିଳିବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଏହି ଘଟଣାରେ ଏୟାରଫିଲ୍ଡ ପୋଲିସ ନୟାଗଡ଼ର ବସନ୍ତ ପୃଷ୍ଟିକୁ ଗିରଫ କରିଛି। ଖୋଳତାଡ଼ ପରେ ଜଣାପଡ଼ିଥିଲା ଯେ, ବସନ୍ତ ମାନସିକ ଚିନ୍ତାଗ୍ରସ୍ତ ଥିଲେ। କାରଣ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି କୁଆଡ଼େ ପଳାଇଛନ୍ତି। ଫଳରେ ଟେନ୍‌ସନ୍‌ରେ ରହୁଥିବା ବସନ୍ତ ନିଜ ପତ୍ନୀଙ୍କ ବିରହର ରାଗକୁ ଶୁଝାଇବା ପାଇଁ ଏମିତି କରିଥିବାର ଜଣାପଡ଼ିଛି।

ସୂଚନାଥାଉ କି, ଗତକାଲି ପୂର୍ବାହ୍ନରେ ଏୟାରପୋର୍ଟର ଏକ ନମ୍ବର ଟର୍ମିନାଲକୁ କେହିଜଣେ ବ୍ୟକ୍ତି ଫୋନ୍‌ କରିଥିଲେ। ଫୋନ୍ ଆରପଟୁ ବ୍ୟକ୍ତି ଜଣକ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଥିବା ଏୟାରପୋର୍ଟ ପକ୍ଷରୁ ଅଭିଯୋଗ କରାଯାଇଥିଲା। ପ୍ରଥମେ ସେ ଟିକେଟ ବୁକିଂ ସଂପର୍କରେ କହିଲେ ଓ ଏହା ତୁରନ୍ତ କରିବାକୁ ଦାବି କରିଥିଲେ। ଏମିତିକି ବ୍ୟକ୍ତି ଜଣକ ନିଶା କାରବାର କରିବା କଥା ଓ ଏୟାରପୋର୍ଟ ଉଡାଇ ଦେବାକୁ ଧମକ ମଧ୍ୟ ଦେଇଥିଲେ। ଫଳରେ ଏନେଇ ବିମାନ ବନ୍ଦର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରାଯାଇଥିଲା।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like