‘ତୁଳସୀ’ ବିକୁଛି ଜହର

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ବ୍ରାଉନ ସୁଗାର ବ୍ୟବସାୟ।  ନିକଟରେ ଲକ୍ଷ୍ମୀସାଗର ଥାନା ହଳଦି ପଡିଆ ବସ୍ତିରୁ ୧୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଥିବାବେଳେ, ପୁଣି ସେହି ଅଂଚଳରୁ ପୋଲିସ ୧୪ଗ୍ରାମ ବ୍ରାଉନ ସୁଗାର ଜବତ କରିଛି।  ଏହି ଘଟଣାରେ ପୋଲିସ ଉଭୟ ମା’ ପୁଅଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୧ଲକ୍ଷ ଟଙ୍କା ଜବତ କରିଛି।

ନାମ ତୁଳସୀ ହେଲେ କାମ ଓଲଟା।  ନିଜ ନାମକୁ ସାର୍ଥକ କରିବେ କ’ଣ, ବିକ୍ରି କରୁଛନ୍ତି  ବ୍ରାଉନସୁଗାର ଭଳି ଜହର।  ଆଉ ଏଥିରେ ସାମିଲ କରିଛନ୍ତି ନିଜ ପୁଅକୁ।  ରାଜଧାନୀ ଲକ୍ଷ୍ମୀସାଗର ହଳଦିପଡିଆ ଅଂଚଳରେ ବ୍ରାଉନ ସୁଗାର ବିକ୍ରି କରୁଥିବାବେଳେ ଉଭୟ ମା’ ପୁଅକୁ ଗିରଫ କରିଛି ପୋଲିସ। ଉଭୟଙ୍କଠାରୁ ପୋଲିସ ୧୪ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ  ପ୍ରାୟ ୫ଲକ୍ଷ ଟଙ୍କା। ଏହାସହ ଉଭୟଙ୍କଠାରୁ ପୋଲିସ ନଗଦ ୧ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି।

ତୁଲସୀର ସୂଚନା ମୁତାବାକ ବାରମ୍ବାର ରେଡ ଓ ଧରାପଡିବାର ଭୟ ଥିବାରୁ ବ୍ରାଉସନୁଗାର ସଂଗ୍ରହ କରିବା ଟ୍ରେଣ୍ଡ ବଦଳିଛି। ଏଣିକି ଡିଲର ସିଧା ଘରେ ଆଣି ବ୍ରାଉନସୁଗାର ଯୋଗାଉଛି।

ସେପଟେ ପୋଲିସ ସୂଚନା ଦେଇଛି ଯେ, ପୁଅ ଛୋଟ ଛୋଟ ପୁଡିଆ ବିକ୍ରି କରୁଥିବାବେଳେ, ମା ଚିହ୍ନା ପରିଚିତ ଗରାଖଙ୍କୁ ବିକ୍ରି କରୁଛି ।

You might also like