ପିଏନବି ଦୁର୍ନୀତି ମାମଲା: ଆଇସିଆଇସିଆଇ ଓ ଆକ୍ସିସ ବ୍ୟାଙ୍କର ମୁଖ୍ୟଙ୍କୁ ସମନ

ନୂଆଦିଲ୍ଲୀ: ପିଏନବିରେ ହୋଇଥିବା ପାଖାପାଖି୧୩ ହଜାର କୋଟି ଟଙ୍କାର ମହା ଦୁର୍ନୀତି ମାମଲାକୁ ନେଇ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ଏମଡି ଚନ୍ଦା କୋଚର ଏବଂ ଆକ୍ସିସ ବ୍ୟାଙ୍କ ମୁଖ୍ୟ ଶିଖା ଶର୍ମାଙ୍କୁ ଆଣ୍ଟି ଫ୍ରଡ୍ ଏଜେନ୍ସି, ଏସଏଫଆଇଓ(ସିରିୟସ ଫ୍ରଡ ଇନଭେଷ୍ଟିଗେସନ୍ ଅଫିସ) ଆଜି ସମନ ଜାରି କରିଛି।

କୋଚର ଓ ଶର୍ମାଙ୍କୁ ଏସଏଫଆଇଓର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ହାଜର  ହେବାପାଇଁ କୁହାଯାଇଛି।

ତେବେ ବ୍ୟାଙ୍କର ଏହି ବରିଷ୍ଠ ଅଧିକାରୀଙ୍କୁ ଅଭିଯୁକ୍ତ ଭାବରେ ନୁହେଁ ବରଂ ପଚରାଉଚୁରା ପାଇଁ ସମନ ଜାରି କରାଯାଇଛି ବୋଲି ସୂଚନା ମିଳିଛି।

ମେହୁଲ ଚୋକସିଙ୍କ ଗୀତାଞ୍ଜଳି ଗ୍ରୁପକୁ ଲୋନ୍ ଦେବା ନେଇ ସମନ ଜାରି କରାଯାଇଛି। ସୂଚନାଥାଉ କି, ମେହୁଲ ଚୋକସୀ ୩୧ଟି ବ୍ୟାଙ୍କକୁ ଜାଲ୍ କାଗଜପତ୍ର ଦେଇ ଋଣ ହାତେଇଥିବା ଅଭିଯୋଗ ରହିଛି। । ସେଥିମଧ୍ୟରୁ ଆଇସିଆଇସିଆଇ ଚୋକସିଙ୍କୁ ୪୦୫କୋଟିର ଲୋନ ପ୍ରଦାନ କରିଛି।

ଅନ୍ୟପକ୍ଷରେ, ପିଏନବି ଦୁର୍ନୀତି ମାମଲାକୁ ନେଇ ଗୀତାଞ୍ଜଳି ଗ୍ରୁପର ଉପାଧ୍ୟକ୍ଷ ବିପୁଲ ଚିତାଲିଆଙ୍କୁ ଆଜି ସିବିଆଇ ଗିରଫ କରି ତଦନ୍ତ ଚଳାଇଛି।

ଉଲ୍ଲେଖଥାଉ କି, ହୀରା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସି(ଗୀତାଞ୍ଜଳି ଗ୍ରୁପର ମାଲିକ)ଙ୍କ ଦ୍ୱାରା ପିଏନବିରେ ହୋଇଥିବା ୧୨,୬୩୬କୋଟି ଦୁର୍ନୀତି ମାମଲାରେ ସଂପୃକ୍ତି ନେଇ ସିବିଆଇ ରବିବାର ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

You might also like