ସରକାରୀ ରେକର୍ଡରେ ଚାଳ ଘର ବି ଛାତ ଘର !

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ବ୍ଲକ୍‌ରେ ବାଟବଣା ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହିତାଧିକାରୀ ଚୟନ ତାଲିକାରେ ନାଁ ଅଛି, କିନ୍ତୁ ପକ୍କାଘର କେବେ ମିଳିବ ତାହା ଭଗବାନଙ୍କୁ ଜଣା। ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଳଙ୍ଗରର କିଛି ହିତାଧିକାରୀଙ୍କ ଅଭିଯୋଗ ହୋଇଛି ଯେ ସେମାନଙ୍କର ଚାଳ ଘର ଥିଲେ ବି ସରକାରୀ ରିପୋର୍ଟରେ ତାଙ୍କର ଛାତ ଘର ଥିବା ଦର୍ଶାଯାଇଛି।vlcsnap-error946

 ୨୦୧୭୧୮ର ଗ୍ରାମୀଣ ଗୃହ ନିର୍ମାଣ ହିତାଧିକାରୀ ଚୟନ ତାଲିକାର ସପ୍ତମ ସ୍ଥାନରେ ଥିଲା ପ୍ରକାଶ ଲେଙ୍କାଙ୍କ ନାଁ।  କିନ୍ତୁ ତାଙ୍କ ଚାଳିଆ ଘରକୁ ଛାତଘର ଦର୍ଶାଇ ଯୋଜନାରୁ ବାଦ୍ ଦିଆଯାଇଛି। ସେହିପରି ଅନ୍ୟଏକ ଘଟଣାରେ ୪ ନମ୍ବରରେ ଉପେନ୍ଦ୍ର ସ୍ୱାଇଁ ଓ ୨୬ ନମ୍ବରରେ ରବୀନ୍ଦ୍ର ଲେଙ୍କାଙ୍କର ବି ସମାନ ଅଭିଯୋଗ। 

ରାଜନୈତିକ ଆକ୍ରୋଶ ରଖି ସ୍ଥାନୀୟ ସରପଞ୍ଚ ଏଭଳି ପାତରଅନ୍ତର କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

 ଏଭଳି ଅଭିଯୋଗ ନେଇ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବିଡିଓ କହିଛନ୍ତି ଅନିୟମିତତାର ଯାଞ୍ଚ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

କେତେବେଳେ ରାଜନୈତିକ ଆକ୍ରୋଶ ତ କେତେବେଳେ ପ୍ରଶାସନିକ ଅବହେଳା। ବିଭିନ୍ନ କାରଣରୁ ସରକାରୀ ଯୋଜନାରୁ ବାଦ୍ ପଡ଼ୁଛନ୍ତି ଯୋଗ୍ୟ ହିତାଧିକାରୀ। 

You might also like
Comments
Loading...