କାଲି ଓଡ଼ିଶା ଆସୁଛନ୍ତି ମୋଦି, କଟକରେ ଜନ ସମାବେଶ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  କେନ୍ଦ୍ର ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ କଟକ ସହରକୁ ବାଛିଛନ୍ତି।  ଏହିଠାରୁ ହିଁ ଆସନ୍ତାକାଲି ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବାପରେ ସେଠାରୁ ହେଲିକପ୍ଟର ମାଧ୍ୟମରେ କଟକ ଯିବେ। ଏଥିପାଇଁ ନରାଜ ଓ ବାଲିଯାତ୍ରା ତଳ ପଡିଆରେ ଅସ୍ଥାୟୀ ହେଲିପ୍ୟାଡ଼୍‌ କରାଯାଇଛି। ମୋଦିଙ୍କ ଗସ୍ତକୁ ନେଇ ଏସ୍‌ପିଜିର ଏକ ସ୍ୱତନ୍ତ୍ର ଟିମ୍ ନେତୃତ୍ୱରେ କଟକରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି।

ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଟକଣା ଜାରି କରାଯାଇଛି। ସମାବେଶ ସ୍ଥଳକୁ କୌଣସି ସାଧାରଣ ଲୋକ ସାଙ୍ଗରେ ଜିନିଷ ପତ୍ର, କିମ୍ବା ପାଣି ବୋତଲ ନେଇ ପାରିବେ ନାହିଁ।  ସେହିପରି ସାଧାରଣ ଲୋକଙ୍କ ପାଇଁ ୧୨ଟି ପ୍ରବେଶ ପଥ କରାଯାଇ ଥିବାବେଳେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ କରାଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।  ପାର୍କିଂ ବ୍ୟବସ୍ଥା ସି-ସୋର ଘାଟ ଓ ଆନନ୍ଦ ଭବନ ସମ୍ମୁଖ ପଡିଆରେ କରାଯିବାକୁ ଯୋଜନା କରାଯାଇଥିବା ଡିସିପି କହିଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like