ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ରେ ଉଦ୍‌ଘାଟନ ହେବ ଝାରସୁଗୁଡ଼ା ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରର ଉଦ୍‌ଘାଟନ କରିବେ। ବିମାନବନ୍ଦରର ସମୀକ୍ଷା କରିବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି। ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦର ପରିଦର୍ଶନରେ ଯାଇଥିଲେ ।

ଝାରସୁଗୁଡା ବିମାନବନ୍ଦରକୁ 4-C Category  ଲାଇସେନ୍ସ ମିଳି ସାରିଥିବା ବେଳେ ଏଠାରୁ Airbus-320 ଓ Boeing 747 ବିମାନ ସେବା ଉପଲ୍ଲବ୍ଧ ହେବ।

ଦେଶର ବିଭିନ୍ନ ସହରକୁ ଏଠାରୁ ସିଧାସଳଖ ବିମାନସେବା ସଂଯୋଗ ହେବ ବୋଲି ସୂଚନା ମିଳିଛି।

You might also like