ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ପାଖାପାଖି ଗୋଟିଏ ବର୍ଷ ଗୋଟିଏ ମାସ ପରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ବର୍ଷ ଏପ୍ରିଲ ୧୫ରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଭୁବନେଶ୍ୱରରେ ରୋଡ ଶୋ କରିଥିଲେ ମୋଦି। ଏଥର କିନ୍ତୁ ବିକାଶର ଗାଥା ବଖାଣିବାକୁ ଆସିବେ ମୋଦି। ଏଥିପାଇଁ ଦଳ କଟକ କିଲ୍ଲା ପଡ଼ିଆକୁ ବାଛିଛି। ଏଇଠି ନିଜ ଶାସନର ଚତୁର୍ଥ ବର୍ଷରେ ଦେଶ ପାଇଁ ମୋଦି କଣ କଣ କରିଛନ୍ତି ତାର ହିସାବ ରଖିବେ।

ଆଜି ଦଳର ରାଜ୍ୟ ପଦାଧିକାରୀ ତଥା କାର୍ଯ୍ୟକାରିଣୀ ବୈଠକରେ ମୋଦିଙ୍କ ପ୍ରସ୍ତାବିତ ଗସ୍ତ ସଂପର୍କରେ ମାନସ ମନ୍ଥନ କରିଛନ୍ତି ବିଜେପିର ହେଭିୱେଟ୍‌। ମେ ୨୬ରେ ମୋଦି ସରକାର ପାଳିବେ ଚତୁର୍ଥ ବର୍ଷ ପୂର୍ତ୍ତି ଉତ୍ସବ। ଏହା ପୂର୍ବରୁ ସାରା ଦେଶରେ ଏପ୍ରିଲ ୧୪ରୁ ମେ୫ ପର୍ଯ୍ୟନ୍ତ ଗ୍ରାମ ସ୍ୱରାଜ ଅଭିଯାନ କରି ଦଳ ଗାଁ ଗାଁରେ ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ଓ ସଫଳତା କଥା ପହଁଞ୍ଚାଇଥିଲା। ଦଳ ଦାବି କରୁଛି, ଦେଶର ୨୧ ହଜାର ଗାଁରେ କେନ୍ଦ୍ର ୭ ଟି ପ୍ରମୁଖ ଜନ କଲ୍ୟାଣ ଯୋଜନା ପହଁଞ୍ଚାଇପାରିଛି। ଯେଉଁଥିରେ ଓଡିଶାର ରହିଛି ୪୦୦ ଗାଁ  ତେବେ ଏହା ଭିତରେ କେନ୍ଦ୍ର ସହ ରାଜ୍ୟର ସଂପର୍କ ଅଧିକ ତିକ୍ତ ହୋଇଛି ମହାନଦୀ, ପୋଲଭାରମ,ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ  ରାଜ୍ୟକୁ ଅନୁଦାନ ପ୍ରସଙ୍ଗରେ ତୁ- ତୁ ମେ-ମେ ହୋଇଛନ୍ତି ବିଜେଡି ଓ ବିଜେପିର ନେତା।

ପୂର୍ବ ଭାରତରେ ଆଖିଦୃଶିଆ ସଫଳତା ପରେ ବିଜେପିର ଲୁକ୍‌ ଇଷ୍ଟ ପଲିସିର ଫୋକସରେ ରହିଛି ଓଡିଶା ଓ ପଶ୍ଚିମ ବଙ୍ଗ। ଏଥିପାଇଁ ମୋଦି-ଶାହା ଯୋଡ଼ି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି। ଏବେ ମୋଦି କେନ୍ଦ୍ର ସଫଳତା କଥା କହିବାକୁ ଆସୁଥିଲେ ବି ଏହି ଗସ୍ତ ରାଜ୍ୟ ବିଜେପି ସଂଗଠନକୁ ବଳ ଦେବ ବୋଲି ଆଶା ରଖିଛନ୍ତି ରାଜ୍ୟ ନେତାଏ।

କାହିଁକି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ?

ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ….କାହିଁକି ଆସୁଛନ୍ତି ପ୍ରଧାନମନ୍ତ୍ରୀ ? ବିକାଶର ଗାଥା ବଖାଣିବାକୁ ନା ଆଉ କିଛି ….ଦେଖନ୍ତୁ ରିପୋର୍ଟ ..

Posted by ଓଟିଭି on 19 मे 2018

You might also like