ଦେଶରେ କନଫ୍ୟୁଜନ ନୁହେଁ, କମିଟମେଣ୍ଟ ସରକାର ଚାଲିଛି : ମୋଦି

କଟକ : କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ଜନ କଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି। ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଆରମ୍ଭ କରିବା ସହ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ନମସ୍କାର କହିଲେ ମୋଦି।

ପ୍ରଧାନମନ୍ତ୍ରୀ ନିଜର ଉଦବୋଧନରେ କହିଛନ୍ତି ‘ କଟକର ତାରକସୀ ,ଓଡ଼ିଶାର ସୂକ୍ଷ୍ମ କଳାର ପ୍ରତୀକ। ଦେଶର ଅନେକ ସ୍ୱତନ୍ତ୍ର ସେନାନୀଙ୍କ କର୍ମଭୂମି କଟକ। ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ଏହି କଟକରେ। ଆପଣଙ୍କର ସ୍ନେହ , ଆଶୀର୍ବାଦ, ଆକାଂକ୍ଷା ମୋର ଶକ୍ତି। ଆପଣଙ୍କ ଏହି ସ୍ନେହ , ଆଶୀର୍ବାଦ ମୋତେ ତାକତ ଦେଇଛି। ହିନ୍ଦୁସ୍ଥାନ ବଦଳି ପାରିବ,  ଗତ ୪ ବର୍ଷରେ ଲୋକଙ୍କ ବିଶ୍ୱାସ ହୋଇଛି। ପରିବର୍ତ୍ତନ ଆଡ଼କୁ ଆମ ଦେଶ ଦ୍ରୁତ ଗତିରେ ଆଗେଇ ଚାଲିଛି।

ନିଜର ଉଦ୍‌ବୋଧନରେ ଦେଶର ରାଜନୀତିର ପାଣିପାଗ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛିନ୍ତି, ଦେଶରେ କନଫ୍ୟୁଜନ ନୁହେଁ, କମିଟମେଣ୍ଟ ସରକାର ଚାଲିଛି। ଲୋକଙ୍କୁ କନଫ୍ୟୁଜନ କରାଯାଉନି,କମିଟ୍‌ମେଣ୍ଟ ଦିଆଯାଉଛି। ଏହି ଉଦ୍‌ବୋଧନରେ କର୍ଣ୍ଣାଟକର ମହାମେଣ୍ଟକୁ ଇଙ୍ଗିତ କରିଛନ୍ତି ମୋଦି। ଏହି ମେଣ୍ଟରେ କୋଟି କୋଟି  ଟଙ୍କା ଘୋଟାଲା କରିଥିବା ଲୋକ ଏକାଠି ହୋଇଛନ୍ତି। ସେମାନେ ଦେଶକୁ ନୁହେଁ  ନିଜକୁ ଓ ପରିବାରକୁ ବଞ୍ଚାଇବାକୁ ମେଣ୍ଟ କରିଛିନ୍ତି।’

ଆଉ ମଧ୍ୟ କହିଛନ୍ତି, ‘ନିରାଶାରୁ ଆଶା , କୁଶାସନରୁ ସୁଶାସନ ଆଡକୁ ସରକାର ଗତି କରୁଛି । ମୋ ସରକାର ଗରିବ ସରକାର। ଗରିବର ଉନ୍ନତି ପାଇଁ ବଦ୍ଧପରିକର।  ଗରିବର ଝାଳ ଏନଡିଏ ପାଇୱଁ ଗଙ୍ଗାଜଳ । ୪ ବର୍ଷ ଭିତରେ ୫ରୁ ୨୦ ରାଜ୍ୟକୁ ବଢ଼ିଛି ଏନଡିଏ ସରକାର । ୪ବର୍ଷ ଭିତରେ ଦେଶର ୧୦ କୋଟି ଗରିବ ଲୋକଙ୍କୁ ଗ୍ୟାସ କନେକ୍ସନ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

You might also like