ଇଣ୍ଡୋନେସିଆରେ କଟକ ବାଲିଯାତ୍ରା କଥା କହିଲେ ମୋଦି

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଓ ଭାରତ ସମ୍ପର୍କକୁ ନେଇ ଜାକର୍ତ୍ତାରେ ପ୍ରସିଦ୍ଧ କଟକ ବାଲିଯାତ୍ରାର ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାକର୍ତ୍ତାରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ମୋଦି ଦୁଇ ଦେଶର ପୁରୁଣା ସମ୍ପର୍କକୁ ତାଜା କରି ଦେଇଥିଲେ ।

ହଜାରେ ବର୍ଷ ଧରି ଦୁଇ ଦେଶ ମଧ୍ୟରେ କିଭଳି ସାଂସ୍କୃତିକ ଓ ବାଣିଜ୍ୟକ ସମ୍ପର୍କ ରହି ଆସିଛି ତାର ଉଦାହରଣ ଦେବାକୁ ଯାଇ ଓଡ଼ିଶାର ବୋଇତ ବନ୍ଦାଣ ବା ବାଲିଯାତ୍ରା ଉତ୍ସବ ଓ କଟକ ବାଲିଯାତ୍ରାର କଥା କହିଥିଲେ ମୋଦି। ଏହି ଅବସରରେ ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ଦୁଇ ଦେଶର ସହଭାଗିତା ଦ୍ୱାରା ଉଭୟ ଦେଶର ବିକାଶ ହୋଇପାରିବ ବୋଲି ସେ କହିଥିଲେ।

balijatraଏଥିସହିତ ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବାକୁ ଆହ୍ୱାନ ଦେବା ସହିତ ଏ ଦିଗରେ ଇଣ୍ଡୋନେସିଆର ଭୂମିକାକୁ ମୋଦି ପ୍ରଶଂସା କରିଛନ୍ତି। ୫ ଦିନିଆ ବିଦେଶ ଗସ୍ତରେ ଯାଇଥିବା ମୋଦି ପ୍ରଥମେ ଜାକର୍ତ୍ତାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଛୋଟ ଛୋଟ ପିଲାଙ୍କ ସହିତ ବେଶ୍ କିଛି ସମୟ ବିତାଇବା ସହିତ ପ୍ରଧାନମନ୍ତ୍ରୀ ଗୁଡ଼ି ଉଡ଼ା ପ୍ରଦର୍ଶନୀକୁ ମଧ୍ୟ ଉଦ୍‌ଘାଟନ କରିଥିଲେ।

 

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like