ଶିଳ୍ପପତି ବଂଶୀଧରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ : ପୁଅ ବୈଜୟନ୍ତଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ : ବଂଶୀଧର ପଣ୍ଡାଙ୍କ ବିୟୋଗରେ ଶୋକପ୍ରକାଶ କରି ବୈଜୟନ୍ତଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱର୍ଗତ ବଂଶୀଧରଙ୍କୁ କର୍ମଯୋଗୀ କହିବା ସହ ତାଙ୍କ ବିୟୋଗରେ ସେ ଗଭୀର ଭାବେ ମର୍ମାହତ ବୋଲି ମୋଦି ଉଲ୍ଲେଖ କରିଛନ୍ତି। ବିଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବା ବଂଶୀଧର ବିଳାସମୟ ଜୀବନ ବିତାଇପାରିଥାନ୍ତେ।

ତେବେ ସେ ଓଡ଼ିଶା ଫେରିବା ସହ ରାଜ୍ୟର ଗରୀବ ଜନତାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଉଦ୍ୟମ କରିଥିଲେ। ସେଥିଲାଗି ସେ ରାଜ୍ୟର ଉପାନ୍ତ ଅଞ୍ଚଳରେ ନିଜ ଶିଳ୍ପାୟନର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ଯାହାକି ସମାଜପ୍ରତି ତାଙ୍କ ଦାୟିତ୍ୱକୁ ସୂଚାଉଛି ବୋଲି ଉଲ୍ଲେଖ କରିଛନ୍ତି। ତାସହ ତାଙ୍କ ଘନିଷ୍ଠ ବନ୍ଧୁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମିଶି ଓଡ଼ିଶାର ବିକାଶ ପାଇଁ ଦୁହେଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଅବିସ୍ମରଣୀୟ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସେପଟେ ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡକ୍ଟର ବଂଶୀଧର ପଣ୍ଡାଙ୍କ ସ୍ମୃତିରେ ଆଜି ଦିଲ୍ଲୀରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଛି। ଏଥିରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ, ବରିଷ୍ଠ ବିଜେପି ନେତା ଏଲ୍.କେ. ଆଡଭାନୀ, ମୁରଲୀ ମନୋହର ଯୋଶୀ, ସୁବ୍ରମଣ୍ୟମ ସ୍ୱାମୀ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଗଜେନ୍ଦ୍ର ସିଂ ଶେଖାଓ୍ୱତ, ଏମ. ଜେ. ଆକବର, ରାଜ୍ୟବର୍ଦ୍ଧନ ସିଂ ରାଠୋର, ପୀୟୂଷ ଗୋୟଲ, ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ, ପି. ଚିଦାମ୍ବରମ, ମଣିଶଙ୍କର ଆୟରଙ୍କ ସହ ଦିଲ୍ଲୀରେ ରହୁଥିବା ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ ଦାସ ଓ ଶକ୍ତିକାନ୍ତ ଦାଶ ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଆହୁରି ପଢ଼ନ୍ତୁ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

You might also like