ଚୀନ୍ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଚୀନ: ଚୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛଅ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚୀନ ଯାଇଛନ୍ତି ମୋଦି। ଆଜି ଅପରାହ୍ନରେ ମୋଦି କିଙ୍ଗାଦାଓରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ମୋଦି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦୁଇ ଦେଶର ବାଣିଜ୍ୟ କାରବାରକୁ ନେଇ ତର୍ଜମା ହୋଇଛି। ଭାରତ ଏବଂ ଚୀନ ମଧ୍ୟରେ ବଢ଼ୁଥିବା ବାଣିଜ୍ୟିକ କାରବାରକୁ ଏହି ବୈଠକ ନୂଆ ଦିଶା ଦେବ ବୋଲି ଆକଳନ କରାଯାଉଛି। ଭାରତ ଏବଂ ଚୀନ ମଧ୍ୟରେ ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ସ୍ୱାକ୍ଷର ହୋଇଛି ଚୁକ୍ତି।

ଉଲ୍ଲେଖନୀୟ ଯେ ,ଆସନ୍ତାକାଲି ଚୀନର କିଙ୍ଗଦାଓ ସହରରେ ଆରମ୍ଭ ହେବ ସଂଘାଇ କୋପରେସନ୍ ସମିଟ୍(SCO) । ଭାରତ SCOର ସ୍ଥାୟୀ ସଦସ୍ୟ ହେବା ପରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀରେ ଭାଗ ନେବେ। ସମ୍ମିଳନୀରେ ଚଳିତ ଥର ଆତଙ୍କବାଦ ବିରୋଧରେ ଗୁରୁତ୍ୱର ସହ ଆଲୋଚନା ହେବ। ସୀମାରେ ବାରମ୍ବାର ଉପୁଜୁଥିବା ଅଶାନ୍ତି ପ୍ରସଙ୍ଗକୁ ବିଶ୍ୱ ଦରବାରରେ ରଖିବ ଭାରତ। ଏପରିକି ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗକୁ ଉଠାଯିବ ବୋଲି ସୂଚନା ମିଳିଛି। ତେବେ ଏହି ସମ୍ମିଳନୀରେ ଯୋଗଦେବେ ପାକିସ୍ତାନ ରାଷ୍ଟ୍ରପତି ମମ୍‌ନୁନ୍‌ ହୁସେନ୍। SCOରେ ପାକିସ୍ତାନ ନିଜ ଆଭିମୁଖ୍ୟ କଣ ରଖିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ମୋଦି ଏହି ଅବସରରେ ୬ରୁ ଅଧିକ ରାଷ୍ଟ୍ରର ପ୍ରତିନିଧିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତେବେ ପାକିସ୍ତାନ ସହ କୌଣସି ବିଧିବଦ୍ଧ ଆଲୋଚନା ନେଇ ସମୟ ଧାର୍ଯ୍ୟ ହୋଇନାହିଁ। SCOରେ ୮ଟି ରାଷ୍ଟ୍ର ଭାରତ, ଚୀନ, ଋ଼ଷ, ପାକିସ୍ତାନ, କାଜିକିସ୍ତାନ, କିର୍ଜିସ୍ତାନ୍, ତାର୍ଜିକିସ୍ତାନ ଏବଂ ଉଜବେକିସ୍ତାନ ପ୍ରମୁଖ ରାଷ୍ଟ୍ରର ପ୍ରତିନିଧି ଯୋଗଦେବେ।

ଆହୁରି ପଢ଼ନ୍ତୁ

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

You might also like