ଆଜି ପ୍ରକାଶ ପାଇବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ।  ଛାତ୍ରଛାତ୍ରୀ www.samsodisha.gov.in ୱେବ୍‌ସାଇଟ୍‌ରୁ କଟ୍ ଅଫ୍ ମାର୍କ ଦେଖିପାରିବେ।

ପ୍ରଥମ ମେରିଟ୍‌ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ସରିବ। ସେହିପରି ଦ୍ୱିତୀୟ ମେରିଟ୍‌ ଲିଷ୍ଟ ଜୁଲାଇ ୧୦ରେ ବାହାରି ୧୧ ଓ ୧୨ରେ ନାମଲେଖା ହେବ।

ଜୁଲାଇ ୧୬ରେ ବଳକା ସିଟ୍‌ ପାଇଁ ମେରିଟ୍ ଲିଷ୍ଟ ବାହାରିବ। ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ ରୁ ୨୧ ମଧ୍ୟରେ ହେବ ବୋଲି ଜଣାପଡ଼ିଛି।  ଜୁଲାଇ ୨୪ରୁ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ।

You might also like