ଯୁକ୍ତ ଦୁଇ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷାଅ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।

ମାଟିକ୍ର ପ୍ରଶ୍ନପତ୍ର ଭାଇରାଲ୍ ପରେ ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଏବେ ସତର୍କ ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

ମୋବାଇଲକୁ କଡ଼ାକଡ଼ି ବାରଣ କରାଯାଇଛି। ଏପରିକି ପ୍ରଶ୍ନପତ୍ର ଖୋଲା ହେବା ସମୟରେ ବିଦ୍ୟାଳୟର କୌଣସି କର୍ମଚାରୀ ଏବଂ ଶିକ୍ଷକମାନେ ମଧ୍ୟ ପାଖରେ ମୋବାଇଲ୍ ରଖିପାରିବେ ନାହିଁ ।

ଚଳିଚ ବର୍ଷ ମୋଟ୍ ୩ ଲକ୍ଷ ୬୫ ହଜାର ୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ଏଥିପାଇଁ ରାଜ୍ୟରେ ମୋଟ ୧ ହଜାର ୧୦୪ଟି ପରୀକ୍ଷା କେନ୍ଦ୍ର ସହ ୨୦୨ଟି ହବ୍ କରାଯାଇଛି। କପି ରୋକିବା ପାଇଁ ତ୍ରୀସ୍ତରୀୟ ସ୍କ୍ୱାର୍ଡ ସହ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି।

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହେବା ପରେ ଯୁକ୍ତ  ଦୁଇ ପରୀକ୍ଷାକୁ ସଠିକ୍ ଭାବେ ପରିଚାଳନା କରିବାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏଥିପାଇଁ  ଛାତ୍ରଛାତ୍ରୀଙ୍କ ସମେତ କଲେଜ କର୍ତ୍ତୃପକ୍ଷଙ୍କ ପାଇଁ କଡାକଡି ନିୟମ କରିଛି ପରିଷଦ।

ପରୀକ୍ଷା କେନ୍ଦ୍ରକୁ ବହି, ମୋବାଇଲ୍ ଫୋନ୍ ସାଙ୍ଗକୁ ଅନ୍ୟ କୌଣସି ବୈଦ୍ୟୁତିକ ସାମାଗ୍ରୀ ନେବା ଉପରେ ରୋକ୍ ଲଗାଯାଇଛି। ପ୍ରଶ୍ନପତ୍ର ଖୋଲା ହେବା ସମୟରେ ବିଦ୍ୟାଳୟର କୌଣସି କର୍ମଚାରୀ ଏବଂ ଶିକ୍ଷକମାନେ ମଧ୍ୟ ପାଖରେ ମୋବାଇଲ୍ ରଖିପାରିବେ ନାହିଁ। ଆବଶ୍ୟକ ହେଲେ ପରୀକ୍ଷା କେନ୍ଦ୍ରରେ ମୋବାଇଲ ରଖିବା ପାଇଁ ଏକ ମୋବାଇଲ୍ କ୍ଲକ୍ ରୁମ୍ ଖୋଲାଯିବ।

ସେପଟେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ସାମାନ୍ୟ ଭୟ ସାଙ୍ଗକୁ ଉତ୍ସାହ ମଧ୍ୟ ରହିଛି ଦିନ ରାତି ଏକ କରି ପାଠ ପଢିବାରେ ବ୍ୟସ୍ତ ଅଛନ୍ତି ଛାତ୍ରଛାତ୍ରୀ ଗ୍ରୁପ୍ ଡିସ୍କସନ୍ ସାଙ୍ଗକୁ ବିଭିନ୍ନ ସାମ୍ପଲ୍ ପେପର୍ରୁ ଅଭ୍ୟାସ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

You might also like