ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବିଭିନ୍ନ କଟକଣା ଜାରି

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି। ୧୧ଶହ ୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୬୫ ହଜାର ୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଆଜିଠୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେଉଥିବା ବେଳେ କାଲିଠାରୁ କଳା ପରୀକ୍ଷା ଆରମ୍ଭ ହେବାସହ ମାର୍ଚ୍ଚ ୨୯ ପଯ୍ୟନ୍ତ ଚାଲିବ।

କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ସହ ସିସିଟିଭି ବ୍ୟବସ୍ଥା ହୋଇଛିା ମାଟ୍ରିକ ପ୍ରଶ୍ନପତ୍ର ବାରମ୍ବାର ଭାଇରାଲ ହେବା ପରେ ସଜାଗ ହୋଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ। ପ୍ରଶ୍ନପତ୍ର ସୁରକ୍ଷା ପାଇଁ ପରିଷଦ ପକ୍ଷରୁ ଜାରି କରାଯାଇଛି କଟକଣା।

ପରୀକ୍ଷା କେନ୍ଦ୍ରକୁ ବହି, ମୋବାଇଲ୍ ସାଙ୍ଗକୁ ଅନ୍ୟ କୌଣସି ବୈଦ୍ୟୁତିକ ଉପକରଣ ନେବା ଉପରେ ଲଗାଯାଇଛି ରୋକ।

ପ୍ରଶ୍ନପତ୍ର ଖୋଲା ହେବା ସମୟରେ କଲେଜର କୌଣସି ଅଧ୍ୟାପକ କିମ୍ବା କର୍ମଚାରୀ ପାଖରେ ମୋବାଇଲ୍ ରଖିପାରିବେ ନାହିଁ। ଆବଶ୍ୟକ ହେଲେ ପରୀକ୍ଷା କେନ୍ଦ୍ରରେ ମୋବାଇଲ ରଖିବା ପାଇଁ ଏକ ମୋବାଇଲ୍ କ୍ଲକ୍ ରୁମ୍ ଖୋଲାଯିବ।

ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଖୋଲାଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ବଣ୍ଟାଯିବା ପରେ ବଳକା ପ୍ରଶ୍ନପତ୍ର ଏକ ବନ୍ଦ ଲଫାପାରେ ସିଲ୍ କରାଯିବ, ଯାହାକୁ ସୁପରିଣ୍ଟେଣ୍ଡେଣ୍ଟ ନିଜ ଦାୟିତ୍ୱରେ ରଖିବେ। ଯଦି ପରୀକ୍ଷାର୍ଥୀ ଅବଧି ସମୟଠୁ ଶୀଘ୍ର ଉତ୍ତର ସାରିଦିଅନ୍ତି, ତେବେ ପ୍ରଶ୍ନପତ୍ର ସହ ରୁମ୍ ବାହାରକୁ ଯିବାକୁ ଅନୁମତି ମିଳିବ ନାହିଁ।

You might also like