ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ସକାଳ ସାଢେ ୧୦ ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପ୍ରକାଶ କରିବେ।

ଏହା ପରେ ଛାତ୍ରଛାତ୍ରୀ ମାନେ www.chseodisha.nic.in ଏବଂ www.orissaresults.nic.in ୱେବସାଇଟ୍‌ରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ।

ରେଜଲ୍ଟ ବାହାରିବାରେ ଚଳିତ ବର୍ଷ ବିଳମ୍ବ ହୋଇଥିବାରୁ ଆଜି ଦ୍ୱିତୀୟ ଶନିବାର ସରକାରୀ ଛୁଟି ଥିବା ସତ୍ତ୍ୱେ ରେଜଲ୍ଟ ପ୍ରକାଶ ପାଇବ।  ଚଳିତ ବର୍ଷ କଳାରେ ୨ଲକ୍ଷ ୨୪ ହଜାରରୁ ଅଧିକ, ବାଣିଜ୍ୟରେ ୨୭ହଜାର ୫ଶହରୁ ଅଧିକ ଓ ଧନ୍ଦାମୂଳକ ଶିକ୍ଷାରେ ୮ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଗତ ବର୍ଷ କଳାରେ ପାସ୍ ହାର ୭୦.୧୭ ପ୍ରତିଶତ ଥିଲା। ସେହିପରି ବାଣିଜ୍ୟରେ ୭୧.୪୩ ଓ ଧନ୍ଦାମୂଳକ ଶିକ୍ଷାରେ ୬୧.୨୨ ପ୍ରତିଶତ ପାସ୍ ହାର ଥିଲା।

You might also like