ମାଟ୍ରିକ ପରି +୨ ଖାତା ଦେଖାରେ କୌଣସି ଅସୁବିଧା ହେବନି : ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର

ଭୁବନେଶ୍ୱର : ମାଟ୍ରିକ୍ ପରେ ଏବେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଚିନ୍ତା। ଏପ୍ରିଲ୍ ୪ରୁ ଆରମ୍ଭ ହେବାକୁ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାର ଖାତା ମୂଲ୍ୟାୟନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ସରକାର ସେମାନଙ୍କ ଦାବି ପୂରଣ କରିନଥିବାରୁ ଖାତାଦେଖା ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ମଞ୍ଚ।

ସେପଟେ ଏ ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି, ମାଟ୍ରିକ ପରି +୨ ଖାତା ଦେଖାରେ କୌଣସି ଅସୁବିଧା ହେବନି। ସହଯୋଗ ପାଇଁ ଅଧ୍ୟାପକଙ୍କୁ ଅନୁରୋଧ କରାଯାଇଛି। ଅସହଯୋଗ କଲେ ସରକାରଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ରହିଛି। ଆବଶ୍ୟକ ପଡ଼ିଲେ ଉଚ୍ଚଶିକ୍ଷା ବିଭାଗର ସହଯୋଗ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଚଳିତବର୍ଷ ମେ ୨୦ ସୁଦ୍ଧା ଯୁକ୍ତ ଦୁଇ ବିଜ୍ଞାନ ଏବଂ ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା କଳା ଏବଂ ବାଣିଜ୍ୟ ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏବର୍ଷ ମୋଟ ୩ ଲକ୍ଷ ୬୫ ହଜାର ୮୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।