ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା ପାଇଁ କାଲିଠୁ ଅନ୍‌ଲାଇନ୍‌ ଆବେଦନ

ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆସନ୍ତାକାଲିଠୁ ଅନ୍‌ଲାଇନ୍‌ ଯୋଗେ ଛାତ୍ରଛାତ୍ରୀ ମାନେ ୱେବସାଇଟ୍ ଜରିଆରେ ଆବେଦନ କରିପାରିବେ।

ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଜୁନ୍ ୨୬। ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଓ ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।

ପ୍ରଥମ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ  ଜୁଲାଇ ୪ରୁ ୭ ପର୍ଯ୍ୟନ୍ତ ଆଡମିଶନ୍ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପାଇଁ ଜୁଲାଇ ୧୨ ଓ ୧୩ ରେ ଆଡମିଶନ୍ କରାଯିବ।

ତେବେ ବିଭିନ୍ନ ସାମ୍ସ ସେଣ୍ଟର ଗୁଡିକରେ ଅଫ୍‌ଲାଇନ୍‌ ବା ମାନୁଆଲ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଜୁଲାଇ ୧୬ରୁ ପାଠ ପଢା ଆରମ୍ଭ ହେବ।

You might also like