ଖେଳାଳିଙ୍କ ଦୃଢ ଇଚ୍ଛା ଶକ୍ତି ! କୋମାରୁ ଉଠି ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଇଛନ୍ତି। କେମିତି ପଢିଲେ ଜଣେ ଭଲ ଓ  ଫଳ ବ୍ୟକ୍ତିତ୍ୱର ଅଧିକାରୀ  ହୋଇ ସମାଜ ସାମ୍ନାରେ ଛିଡାହେବ । ସେ ନେଇ ମୋଦି ବର୍ଣ୍ଣନା କରିଥିଲେ। ଆଉ ଏଇ ଟିପ୍ସ ଭିତରେ କହିଥିଲେ ,ଜଣେ ଖେଳାଳିଙ୍କ ସଫଳତାର କହାଣୀ । କେମିତି ଜଣେ ଖେଳାଳି କୋମାରୁ ଉଠି ବ୍ରୋଞ୍ଚ ପଦକ ଜିତିଥିଲେ ।

ଦେଶର ପାଖାପାଖି ୧୦କୋଟି ପିଲାମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ ସେ ଯେଉଁ ଖେଳାଳିଙ୍କ ସଂଘର୍ଷମୟ କାହାଣୀ ଶୁଣାଇଥିଲେ। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଖଳାଳି ଜଣକ ହେଉଛନ୍ତି ୱିଣ୍ଟର ଅଲମ୍ପିକ୍ସରେ ଭାଗ ନେଇଥିବା କାନାଡାର ‘ମାର୍କ ମେକମାଁରିସ’। ସେ ଜଣେ ସ୍ନୋବୋର୍ଡ ସ୍ଲୋପସ୍ଟାଇଲ ଖେଳାଳି। ଆସନ୍ତୁ ଜାଣିବା ତାଙ୍କ ସଫଳତା ସମ୍ପର୍କରେ-

କୋମାରୁ ବାହାରି  ଜିତିଥିଲେ ବ୍ରୋଞ୍ଜ ମେଡାଲ୍‌-

୧୧ମାସ ପୂର୍ବରୁ ଗୋଟେ ବଡ଼ ଦୁର୍ଘଟଣାର ସାମ୍ନା କରିଥିଲେ ମାର୍କ। ଯେଉଁଥିରେ ସେ ଗଭୀର ଭାବେ ଆଘାତ ପାଇଥିଲେ। ତାଙ୍କର ୧୭ଟି ହାଡ ଭାଙ୍ଗିଯାଇଥିଲା। ସେଥିପାଇଁ ସେ କୋମାକୁ ଚାଲିଯାଇଥିଲେ। ପଞ୍ଜରା,ପାଟିହାଡ ସମେତ ଆଉକିଛି ଅଙ୍ଗରେ ତାଙ୍କର କ୍ଷତ ହୋଇଥିଲା। ସ୍ନୋବୋର୍ଟିଂ କରିବା ସମୟରେ ସେ ଗଛରେ ପିଟିହୋଇଯାଇଥିଲେ। ଦୁର୍ଘଟଣାର ୧୧ମାସ ପରେ ସେ ୱିଣ୍ଟର ଅଲମ୍ପିକ୍ସରେ ଭାଗ ନେଇଥିଲେ। ସେଥିରେ ସେ ଅବିଶ୍ୱସନୀୟ ପ୍ରଦର୍ଶନ କରି ବ୍ରୋଞ୍ଚ ମେଡାଲ ହାସଲ କରିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିରଖିଥିଲା।

ମେଡାଲ୍‌ ଜିତିବା ପରେ ମାର୍କ ଟ୍ୱିଟରରେ ଦୁଇଟି ଫଟୋ ସେୟାର କରିଥିଲା । ଗୋଟେ ଫଟୋରେ ସେ ହସ୍ପିଟାଲରେ କୋମାରେ ପଡିରହିଥିଲେ ଏବଂ ଅନ୍ୟ ଫଟୋରେ ସେ ପୋଡିୟମରେ ମେଡାଲ୍‌ ସହ ଠିଆ ହୋଇଥିଲେ। ସେହି ଫଟୋର କ୍ୟାପ୍‌ସନରେ ସେ ଲେଖିଥିଲେ ‘ଶୁକ୍ରିୟା ଜିନ୍ଦେଗୀ’।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like