ଇରାନ୍‌ରେ ବିମାନ ଦୁର୍ଘଟଣାଗ୍ରସ୍ତ : ୬୬ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା

ତେହେରାନ୍ :  ଇରାନ୍‌ର ଏକ ଯାତ୍ରୀବାହୀ ବିମାନ ଜାଗ୍ରୋସର ପାହାଡ଼ ଉପରେ  ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ୫୦ରୁ ଅଧିକ ଲୋକ ଥିଲେ । ଖବର ଅନୁସାରେ,  ବିମାନ ଦୁର୍ଘଟଣାରେ ୬୬ଜଣ ଲୋକ  ମୃତ୍ୟୁ ବରଣ କରିଛନ୍ତି । ଇରାନ୍‌ର ଅସମନ୍ ଏୟାର ଲାଇନ୍ସର ପ୍ରବକ୍ତା ସରକାରୀ ଟିଭିକୁ ଏହି ସୂଚନା ଦେଇଛନ୍ତି ।

ଦେଶର ଆପାତ୍ତକାଳୀନ  ସେବାର ପ୍ରମୂଖ ସ୍ଥାନୀୟ ମିଡିଆକୁ  ଆଜି ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ମିଡିଆର ରିପୋର୍ଟ ଅନୁସାରେ , ବିମାନରେ ୨ଜଣ ସୁରକ୍ଷା କର୍ମୀ , ୨ ଜଣ ପାଇଲଟ୍ ଆଟେଣ୍ଡାଣ୍ଟ ଓ ପାଇଲଟ୍ , କୋ- ପାଇଲଟ୍ ସହ ୬୦ଜଣ ଲୋକ ଥିଲେ ।

‘ବିବିସି’ର ରିପୋର୍ଟ ମୁତାବକ , ବିମାନ ଦକ୍ଷିଣ-ପଶ୍ଚିମ ୟାସୁଜ୍ ସହର ଓ ତେହେରାନ୍‌ର ମଧ୍ୟରେ ଯାତ୍ରା କରୁଥିଲା । ଏହି ସମୟରେ ଇସ୍ଫହାନ୍ ପ୍ରାନ୍ତର  ସୋମିରୋମ୍ ସହର ପାଖରେ , ଜାଗ୍ରୋସର ପାହାଡ଼ ଉପରେ ଦୁର୍ଘଟଣାର ଶିକାର ହୋଇଥିଲା ।

You might also like