ଅବତରଣ ବେଳେ ଖସି ପଡ଼ିଲା ବିମାନ, ଥିଲେ ୬୭ଜଣ ଯାତ୍ରୀ

କାଠମାଣ୍ଡୁ: ନେପାଳ ରାଜଧାନୀ କାଠମାଣ୍ଡୁରେ ବାଂଲାଦେଶୀ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନଟି କାଠମାଣ୍ଡୁ ଏୟାରପୋର୍ଟରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ବିମାନରେ ୬୭ଜଣ ଯାତ୍ରୀ ଓ ୪ ଜଣ crew ମେମ୍ବର୍ସ ଥିବାର ସୂଚନା ମିଳିଛି। ୧୭ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ବିମାନ ୟୁଏସ୍-ବାଂଲା ଏୟାରଲାଇନ୍ସର ଥିଲା ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଏହି ଘଟଣା ପରେ ଏୟାରପୋର୍ଟକୁ ବନ୍ଦ କରାଯିବା ସହ ଅନ୍ୟ ବିମାନ ଉଡ଼ାଣର ଗତିପଥକୁ ପରିବର୍ତ୍ତନ କରାଯାଇଛି।

ଘଟଣାସ୍ଥଳରୁ ଧୂଆଁ ବାହାରୁଥିବା ନେଇ ଟେଲିଭିଜନ୍ ଫୁଟେଜରେ ଦୃଶ୍ୟମାନ ହେଉଛି।

ଅନ୍ୟପକ୍ଷରେ, ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

You might also like
Comments
Loading...