ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ପ୍ରଦୀପ୍ତ ମହାପାତ୍ର

ପୁରୀ : ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ୍ତ ମହାପାତ୍ର। ସେ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ସେଠାରୁ ଫେରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ।

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କିଛି କହିବାକୁ ମନା କରିଦେଇଛନ୍ତି ନୂଆ ମୁଖ୍ୟ ପ୍ରଶାସକ। କହିଛନ୍ତି ମୁଁ କୌଣସି ବିବାଦ ଭିତରେ ନାହିଁ, ନୂଆ ଦାୟିତ୍ୱ ନେଇଛି। ରଥଯାତ୍ରାକୁ କିପରି ଶୃଙ୍ଖଳିତ କରାଯିବ ତା ଉପରେ ଗୁରୁତ୍ୱ ଦେବି।

ଗତ ୧୧ ତାରିଖରେ ପ୍ରଦୀପ ଜେନାଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିର ନୂଆ ପ୍ରଶାସକ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର।

You might also like