ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁରୀ: ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଫଟୋ। ଆଉ ସୋସିଆଲ ମିଡ଼ିଆରେ ଘୂରିବୁଲୁଛି ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନ ବାହାର ପାର୍ଶ୍ୱ ଫଟୋ।

ହାଇଦ୍ରାବାଦର ଆନନ୍ଦ ଗିନ୍‌କିଣ୍ଟ୍‌ଲା ନାମକ ଜଣେ ପର୍ଯ୍ୟଟକ ତାଙ୍କ ଫେସ୍‌ବୁକ୍‌ରେ ଏହି ଫଟୋ ଅପ୍‌ଲୋଡ଼ କରିଥିବା ଜଣାପଡିଛି। ସନ୍ଧ୍ୟା ସମୟରେ କୀର୍ତ୍ତନ ଚକଡ଼ାରୁ ଏହି ଫଟୋ ଉଠାଯାଇଛି।

ତେବେ କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ଭିତର ଫଟୋ ବାହାରକୁ ଗଲା, ସେ ବ୍ୟକ୍ତି ଜଣଙ୍କୁ କିଏ ଫଟୋ ଉଠାଇବାକୁ ଅନୁମତି ଦେଲା, ଆଉ ସେ କେଉଁ ପରିସ୍ଥିତିରେ କ୍ୟାମେରା ବା ମୋବାଇଲ ମନ୍ଦିର ଭିତରକୁ ନେଲେ ସେନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନାଥାଉ କି, ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସାମ୍ନାକୁ ଆସିଛି।

You might also like