ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଆଜି ରେକର୍ଡ ଭାଙ୍ଗିଛି ।

ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ଆଜି ୭୮ ଟଙ୍କା ୩୦ ପଇସା ଥିବାବେଳେ ଡିଜେଲ ଦର ୬୯ ଟଙ୍କା ୯୩ ପାଇସାରେ ପହଞ୍ଚିଛି।

ସେହିପରି ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।  ପେଟ୍ରୋଲ ଦର ଲିଟର ପ୍ରତି ୮୫ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି ୭୪ ଟଙ୍କା ୨୪ ପଇସାରେ ପହଞ୍ଚିଛି।

ଖାଲି ଦିଲ୍ଲୀ, ମୁମ୍ବାଇ ନୁହେଁ  ଚେନ୍ନାଇ ଓ କୋଲକାତା ସହ ଦେଶର ବିଭିନ୍ନ ସହରରେ ତୈଳ ଦରରେ ପରିବର୍ତ୍ତନ ହୋଇଛି। ଯାହାକୁ ନେଇ ସାଧାରଣ ଲୋକ ଚିନ୍ତାରେ ପଡ଼ିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

କିଛି ମାସର ବ୍ୟବଧାନ ପରେ ପୁଣି ଥରେ ଲଗାତର ଦେଶର ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।

 

You might also like