ଦୁଇଟି ପତ୍ନୀ ଥିଲେ ଘର ଦେବେ ସରକାର ! ପଢନ୍ତୁ କେଉଁଠି ଓ କାହିଁକି ?

ଆଜିର ଯୁଗରେ ଜଣେ ବ୍ୟକ୍ତି ଦୁଇଟି ବିବାହ କରିବା ଟିକେ ଅଡୁଆ କଥା ମନେହୁଏ। ଦୁଇ ଦୁଇଟା ସ୍ତ୍ରୀ ରଖି ସଂସାର ଚଳେଇବା ମଧ୍ୟ କାଠିକର ପାଠ ହୋଇପଡେ। ଅନେକ ଦେଶରେ ଦୁଇଟି ବିବାହ କରିବା ନେଇ ମଧ୍ୟ ବାରଣ ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ କିଛି ଦେଶ ଅଛି, ଯେଉଁଠି ଦ୍ୱିତୀୟ ବିବାହ କରିବାକୁ ପ୍ରୋତ୍ସାହିତ କରାଯାଉଛି। ଆଉ ଦୁଇଟି ସ୍ତ୍ରୀ ଥିବା ବ୍ୟକ୍ତି ପୁରସ୍କୃତ ହେଉଛନ୍ତି।

ସଂଯୁକ୍ତ ଅରବ ଅମିରତ୍(UAE) ଏମିତି ଏକ ଦେଶ। ସେଠାର ସରକାର ଏକ ଅଜବ ଆଇନ୍‌ ତିଆରି କରିଛନ୍ତି। ଦୁଇଟି ସ୍ତ୍ରୀ ରଖିଥିବା ବ୍ୟକ୍ତିଙ୍କୁ  ଅତିରିକ୍ତ ଘର ଭତ୍ତା ଆକାରରେ ଦେବାକୁ ଘୋଷଣା କରିଛନ୍ତି।

ଖଲିଜ ଟାଇମ୍ସର ଅନୁସାରେ, ଦେଶରେ ଅବିବାହିତ ଝିଅଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଦେଖି ସରକାର ଲୋକଙ୍କ ଦ୍ୱିତୀୟ ବିବାହ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍କିମ୍‌ର ଘୋଷଣା କରିଛନ୍ତି। UAEର Infrastructure development ମନ୍ତ୍ରୀ ଡା. ଅବଦୁଲ୍‌ ବେଲହାଫ୍‌ ଅଲ୍‌ ନୁଇମୀ ଏହି ଘୋଷଣା କରି କହିଛନ୍ତି ମନ୍ତ୍ରାଳୟ ଏହି  ନିଷ୍ପତ୍ତି ନେଇଛନ୍ତି କି ଦୁଇଟି ସ୍ତ୍ରୀ ରଖିଥିବା ବ୍ୟକ୍ତିଙ୍କୁ ଶେଖ୍ ଜାୟଦ ହାଉସିଂ କାର୍ଯ୍ୟକ୍ରମ ଅନୁସାରେ ଘର ଦିଆଯିବ। ପୂର୍ବରୁ ପ୍ରଥମ ପତ୍ନୀଙ୍କ ପାଇଁ ଏହି ସୁବିଧା  ଦିଆଯାଉଥିଲା।

ବିଭାଗୀୟ ଅଧିକାରୀଙ୍କ କହିବାନୁଯାୟୀ, ଦ୍ୱିତୀୟ ପତ୍ନୀଙ୍କୁ ମଧ୍ୟ ପ୍ରଥମ ପତ୍ନୀଙ୍କ ଭଳି ସମସ୍ତ ପ୍ରକାର ସୁବିଧା ଯୋଗାଇବା ସରକାରଙ୍କ ଦାୟିତ୍ୱ ରହିଛି। ତେଣୁ ଘରଭତ୍ତା ଓ ଅନ୍ୟ ସୁବିଧା ପ୍ରଦାନ ମାଧ୍ୟମରେ ଦ୍ୱିତୀୟ ବିବାହକୁ ପ୍ରୋତ୍ସାହିତ କରିବା ଓ ଦେଶରୁ ଅବିବାହିତ ଯୁବତୀଙ୍କ ସଂଖ୍ୟା ହ୍ରାସ କରିବାକୁ ଉଦ୍ୟମ କରାଯାଉଛି।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like